କନକ ବ୍ୟୁରୋ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍ । ନୂଆପଡ଼ା ଏକତା ଛକରେ ଟ୍ରାଫିକ ସିଗ୍‌ନାଲ ଅତିକ୍ରମ କରିବାବେଳେ ଏକ ବାଇକକୁ ଟ୍ରକ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଆଜି ସକାଳୁ ସ୍ବାମୀ-ସ୍ତ୍ରୀ ଦୁହେଁ ଏକ ବାଇକ୍‌ରେ ଖରିଆରରୋଡ଼ ପଟେ ଯାଉଥିଲେ । ଏକତା ଛକରେ ଦୁର୍ଘଟଣା ଘଟିଥିଲା ।  ସ୍ତ୍ରୀ ରୁକ୍ମଣୀଙ୍କ ମୁଣ୍ଡରେ ଟ୍ରକ ଚଢି ଯାଇଥିବା ବେଳେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।

Advertisment

ନୂଆପଡ଼ା ଆଇଆଇସି ଗଙ୍ଗାଧର ମେହେର ଘଟଣା ସ୍ଥଳରେ ପହଞ୍ଚି ସ୍ବାମୀ ଛବିଲାଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ମୃତଦେହକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି ।