କନକ ବ୍ୟୁରୋ :  ଆଶ୍ରମ ସ୍କୁଲର ଟ୍ରାଇବାଲ ମ୍ୟୁଜିୟମ । ମ୍ୟୁଜିୟମରେ ଶୋଭାପାଉଛି ଅନୁସୁଚିତ ଜାତି ଓ ଜନଜାତି ଲୋକମାନେ ବ୍ୟବହାର କରୁଥିବା ବିଭିନ୍ନ ସରଞ୍ଜାମ । ସେମାନଙ୍କ ବାଦ୍ୟଯନ୍ତ୍ର ଯଥା ତୁରୀ, ମୃଦଙ୍ଗ, ଢୋଲ, ସହ ତୁଡୁମ୍ ଓ ରେଗାରେଗା  । . ପର୍ବପର୍ବାଣିରେ ପିନ୍ଧୁଥିବା ବିଭିନ୍ନ ଅଳଙ୍କାର ଯେପରିକି ମୁରୁକା, ନାଗୁ, ପାଟେଡି ବା ମାଲୁ, ଆଜୂ, ପାଜା ସହ ମୁଣ୍ଡରେ ଖୋଶୁଥିବା ନାଗାରା ମଧ୍ୟ ଶୋଭାପାଉଛି  ।  ସେହିପରି ଚାଷ କାମରେ ବ୍ୟବହୃତ ହେଉଥିବା ବିଭିନ୍ନ ଯନ୍ତ୍ରପାତି ଯେମିତିକି ଜେକି, ଡୁମକା, କାର୍ଲୀ, ଡଉଲି, କୋଡଗି, ଛୁରି ଓ କାତୀ ସାଙ୍ଗକୁ ସେମାନେ ବ୍ୟବହାର କରୁଥିବା ବସ୍ତ୍ର ମଧ୍ୟ ଏହି ମ୍ୟୁଜିୟମରେ ସ୍ଥାନପାଇଛି। ଏହାଦ୍ୱାରା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ବାହାରୁ ଆସୁଥିବା ଆଗନ୍ତୁକ ମାନେ ଜନଜାତିଙ୍କ ଜୀବନଶୈଳି ଉପରେ ତଥ୍ୟ ହାସଲ କରିପାରିବେ । 

Advertisment

ଓଡିଶା ସରକାରଙ୍କ ଅନୁସୁଚିତ ଜନଜାତି ଉନ୍ନୟନ ବିଭାଗ ତରଫରୁ ସ୍ଥାନୀୟ ସରକାରୀ ଉଚ ବିଦ୍ୟାଳୟ ବିଲେଷୁ ଠାରେ ଏହି ମ୍ୟୁଜିୟମ ସ୍ଥାପନ କରାଯାଇଛି । ରାୟଗଡା ଜିଲ୍ଲାରେ ଅନୁସୁଚିତ ଜାତି ଓ ଜନଜାତି ଦ୍ୱାରା ପରିଚାଳିତ ୪୪ଟି ଆଶ୍ରମ ବିଦ୍ୟାଳୟରେ ଏଭଳି ମ୍ୟୁଜିୟମ ଖୋଲାଯାଇଛି  । ଏଥିପାଇଁ ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ପିଛା ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି  । 

ପରମ୍ପରା ଓ ସଂସ୍କୃତିକୁ ସାଇତି ରଖିବା ପାଇଁ ଏଭଳି ଅଭିନବ ଉପାୟ ଆରମ୍ଭ କରିଛନ୍ତି ସରକାର । ଏହାଦ୍ବାରା ପିଲାମାନେ ସଂସ୍କୃତି ଓ ପରମ୍ପରାକୁ ବିଷୟରେ ଅନେକ ତଥ୍ୟ ହାସଲ କରିପାରିବେ  ।  
 ।