କାଳ ହେଲା କାଳବୈଶାଖୀ, ରାସ୍ତାରେ ବାଇକରେ ଯାଉଥିବା ବେଳେ ପଡ଼ିଗଲା ଗଛ

ରାସ୍ତାରେ ବାଇକ୍‌ରେ ଯାଉଥିବା ବେଳେ ପଡ଼ିଗଲା ଗଛ । ବାଇକ୍ ଚାଳକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ।

କାଳ ହେଲା କାଳବୈଶାଖୀ

କାଳ ହେଲା କାଳବୈଶାଖୀ Photograph: (kanakNews)

କନକ ବ୍ୟୁରୋ: କାଳ ହେଲା କାଳବୈଶାଖୀ । ରାସ୍ତାରେ ବାଇକ୍‌ରେ ଯାଉଥିବା ବେଳେ ବାଇକ୍ ଉପରେ ପଡ଼ିଗଲା ଗଛ । ବାଇକ୍ ଚାଳକ ଗୁରୁତର ଆହତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ସାକିରୀ ରାସ୍ତାରେ ଘଟିଛି ଅଘଟଣ ।

ବାଇକ୍ ଚାଳକ ଜଣକ ହେଲେ ଆର ବାହାଡାପଲ୍ଲୀ ଗାଁର ରାଜେଶ ପ୍ରଧାନ। ରାଜେଶ ଖଲ୍ଲିକୋଟରୁ ନିଜ ଗାଁ ବାହାଡ଼ାପଲ୍ଲୀକୁ ଫେରୁଥିବା ସମୟରେ କାଳବୈଶାଖୀ ଯୋଗୁଁ ବର୍ଷା ପବନ ହୋଇଥିଲା । ରାଜେଶଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe