କନକ ବ୍ୟୁରୋ: କାଳ ହେଲା କାଳବୈଶାଖୀ । ରାସ୍ତାରେ ବାଇକ୍ରେ ଯାଉଥିବା ବେଳେ ବାଇକ୍ ଉପରେ ପଡ଼ିଗଲା ଗଛ । ବାଇକ୍ ଚାଳକ ଗୁରୁତର ଆହତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ସାକିରୀ ରାସ୍ତାରେ ଘଟିଛି ଅଘଟଣ ।
ବାଇକ୍ ଚାଳକ ଜଣକ ହେଲେ ଆର ବାହାଡାପଲ୍ଲୀ ଗାଁର ରାଜେଶ ପ୍ରଧାନ। ରାଜେଶ ଖଲ୍ଲିକୋଟରୁ ନିଜ ଗାଁ ବାହାଡ଼ାପଲ୍ଲୀକୁ ଫେରୁଥିବା ସମୟରେ କାଳବୈଶାଖୀ ଯୋଗୁଁ ବର୍ଷା ପବନ ହୋଇଥିଲା । ରାଜେଶଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/14/bLOlBOROATURgR7zX5LS.jpg)