ଶିକାରୀଙ୍କ ପାଇଁ ମୃତ୍ୟୁର ଜାଲ ବିଛାଉଛନ୍ତି ଶିକାରୀ ; ନିଘୋଡ ନିଦରେ ଶୋଇଛି ବନବିଭାଗ

କଳାହାଣ୍ଡି ବିଶ୍ୱନାଥପୁର ବନାଞ୍ଚଳରେ ଶିକାରୀଙ୍କ ଆତଙ୍କ ରାଜ୍ । ବିଦ୍ୟୁତ୍ ତାର ଟାଣି ଜଙ୍ଗଲୀ ଜନ୍ତୁଙ୍କ ପାଇଁ ବିଛାଯାଉଛି ମୃତ୍ୟୁର ଜାଲ୍ । କୁମ୍ଭକର୍ଣ୍ଣ ନିଦରେ ବନ ବିଭାଗ । କାର୍ଯ୍ୟାନୁଷ୍ଠାନ ଶୂନ, ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଅଞ୍ଚଳବାସୀ ।

1net

କନକ ବ୍ୟୁରୋ: କଳାହାଣ୍ଡି ଲାଞ୍ଜିଗଡ଼ ବ୍ଳକର ବିଶ୍ୱନାଥପୁର ବନାଞ୍ଚଳରେ ଶିକାରୀଙ୍କ ଆତଙ୍କ ରାଜ । ବିଦ୍ୟୁତ୍ ତାର ବିଛାଇ ଜଙ୍ଗଲୀ ଜନ୍ତୁଙ୍କ ଶିକାର କରୁଛନ୍ତି ଶିକାରୀ । କୁମ୍ଭକର୍ଣ୍ଣ ନିଦରେ ଶୋଇଛି ବନ ବିଭାଗ । କାର୍ଯ୍ୟାନୁଷ୍ଠାନ ଶୂନ, ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଅଞ୍ଚଳବାସୀ । ବ୍ଳକର ପାହାଡ଼ ପଦର ପଞ୍ଚାୟତ କାଞ୍ଚନ ମୁଖି, ପୁଞ୍ଜାମ ଓ ଜିରାଗାଁ ଜଙ୍ଗଲ ଅଞ୍ଚଳରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । 

ଶିକାରୀ ମାନେ ଜଙ୍ଗଲି ଜନ୍ତୁଙ୍କୁ ଶିକାର କରିବାକୁ କିପରି ବିଦ୍ୟୁତ ତାର ଦ୍ୱାରା ମୃତ୍ୟୁର ଜାଲ ବିଛାଇଛନ୍ତି ତାର ଦୃଶ୍ୟ କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଛି । ଏହି ବାଟଦେଇ ମଣିଷ ଓ ଗୃହ ପାଳିତ ପ୍ରାଣୀ ଯା ଆସ କରୁଥିବା ବେଳେ ବିଦ୍ୟୁତ ତାର ଲାଗି କେତେବେଳେ ଯେ ସେମାନଙ୍କ ଜୀବନ ଯିବ କହିବା ମୁସ୍କିଲ । ଶିକାରୀ ଏବଂ କାଠ ମାଫିଆ ମାନେ ମେଳି କରି ଜଙ୍ଗଲରେ ଆତଙ୍କରାଜ ଚଳାଇଥିବା ବେଳେ ବନ ବିଭାଗର ନିଷ୍କ୍ରିୟତାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ବନବିଭାଗ ଓ ବିଦ୍ୟୁତ ବିଭାଗ ଜଙ୍ଗଲରେ ଚଢାଉ କରିବା ସହ ଶିକାରୀ ମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି ହୋଇଛି । ସେପଟେ ଏହା ଉପରେ ତଦନ୍ତ ଚାଲୁଥିବା ବେଳେ ଦୋଷୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ବନାଞ୍ଚଳ ଅଧିକାରୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe