କନକ ବ୍ୟୁରୋ : ଅନ୍ଧ ବିଶ୍ୱାସର କରୁଣ ପରିଣତି। ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ କୁରାଢ଼ୀରେ ଛେଚି ହତ୍ୟା। ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା କିତାବେଡ଼ା ଗ୍ରାମରେ ଅଭାବନୀୟ ଘଟଣା। ମୃତ ଦମ୍ପତି ହେଲେ ଦେବେନ୍ଦ୍ର ନାଏକ ଓ ଚମ୍ପା ନାଏକ। ପୂର୍ବ ଶତ୍ରୁତାକୁ ଆଧାର କରି ଅଜୟ ନାଏକ ଏହି ହତ୍ୟାକାଣ୍ଡ ଘଟାଇଥିବା ଜଣାପଡ଼ିଛି। ଅଭିଯୁକ୍ତ ଅଜୟ ପୂରା ପରିବାରକୁ ଶେଷ କରିବାକୁ ଚାହୁଁଥିଲା। ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା ଅଭିଯୁକ୍ତ। ହେଲେ ଅଜୟକୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ବିଶୋଇ ପୋଲିସ।