ବାଇକକୁ ମୁହାଁମୁହିଁ ପିଟିଲା ଟ୍ରକ୍ ; ଘଟଣାସ୍ଥଳରେ ୪ ମୃତ

କୋରାପୁଟ ଜୟପୁରର ଜବାକର୍ଣ୍ଣାଡ଼ିରେ ମର୍ମନ୍ତୁଦ ଦୁର୍ଘଟଣା  । ବାଇକକୁ ମୁହାଁମୁହିଁ ପିଟିଲା ଟ୍ରକ୍‌  । ଘଟଣା ସ୍ଥଳରେ ୪ଜଣଙ୍କର ମୃତ୍ୟୁ । ସେପଟେ ସମ୍ବଲପୁର ବୈରାଗୀପାଲିରେ ବାଇକ୍‌କୁ ଧକ୍କା ଦେହା କାର, ଜଣେ ମୃତ ।

1743

କନକ ବ୍ୟୁରୋ: ଜୟପୁରର ଜବାକର୍ଣ୍ଣାଡ଼ି ଅଂଚଳରେ ମର୍ମନ୍ତୁଦ ଦୁର୍ଘଟଣା। ବାଇକକୁ ମୁହାଁମୁହିଁ ପିଟିଲା ଟ୍ରକ। ଘଟଣା ସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି। ଗୋଟିଏ ବାଇକରେ ୪ ଜଣ ବସି ଯାଉଥିବା ବେଳେ ଟ୍ରକ ସହିତ ପିଟି ହୋଇଥିଲା। ଜଣେ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କର ବି ମୃତ୍ୟୁ ହୋଇଛି। ଟ୍ରକଟି ବୈପାରୀଗୁଡ଼ାରୁ ଜୟପୁର ଅଭିମୁଖେ ଆସୁଥିଲା । ବାଇକଟି ବିପରୀତ ଦିଗରେ ଯାଉଥିବା ବେଳେ ଧକ୍କା ହୋଇଥିଲା । ତେବେ ଏପର୍ୟ୍ୟନ୍ତ ମୃତକ ଓ ଆହତଙ୍କ କୌଣସି ପରିଚୟ ମିଳିପାରିନାହିଁ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe