କନକ ବ୍ୟୁରୋ : ରାଜଧାନୀ ଏଜି ଛକରେ ଛାତିଥରା ଦୁର୍ଘଟଣା । କାରକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ସାଂସଦଙ୍କ ପିଆରଓ । ଟ୍ରକଟି ଧକ୍କା ଦେଇ ଦ୍ରୁତ ଗତିରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଆହତ ଜଣକ ହେଉଛନ୍ତି ବିମଳ ରାଉଳ । ସେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଲୋକ ସମ୍ପର୍କ ଅଧିକାରୀ ଭାବରେ କାର୍ୟ୍ୟରତ ଅଛନ୍ତି। ସୂଚନାନୁସାରେ, ମଙ୍ଗଳବାର ବିଳମ୍ୱିତ ରାତିରେ ସାଂସଦଙ୍କ ଲୋକ ସମ୍ପର୍କ ଅଧିକାରୀ ବିମଳ ରାଉଳ କୌଣସି ଏକ କାମ ସାରି ଘରକୁ ଫେରୁଥିବା ସମୟରେ ଏଜି ଛକରେ ଏକ ବାଲି ବୋଝେଇ ଟ୍ରକ ତାଙ୍କ ଗାଡ଼ିକୁ ସମ୍ମୁଖ ଭାଗକୁ ଧକ୍କା ଦେଇଥିଲା। ଦୁର୍ଘଟଣାରୁ ବିମଳ ଅଳ୍ପକେ ବର୍ତ୍ତି ଯାଇଥିଲେ। ସେ ସାମାନ୍ୟ ଆହତ ହୋଇଥିବା ବେଳେ ଖବର ପାଇ କ୍ୟାପିଟାଲ ଥାନା ପୁଲିସ୍ ପହଞ୍ଚି ଗାଡି ଥାନାକୁ ନେଇଛି। ଏନେଇ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।