କନକ ବ୍ୟୁରୋ : କୋଣାର୍କ ବଢ଼େଇ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ପାଚେରୀକୁ ଧକ୍କା ଦେଲା ବାଇକ୍। ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ୩ ଜଣ ଯୁବକ କୋଣାର୍କରୁ କାକଟପୁର ଯାଉଥିବା ବେଳେ ବେଳେ ଏହି ଦୁର୍ଘଟଣା ଘଟିଛି। ବଢ଼େଇ ଛକରେ ଥିବା ଏକ ପାଚେରୀରେ ଧକ୍କା ହୋଇଥିଲା। ସମସ୍ତଙ୍କୁ କୋଣାର୍କ ଅଗ୍ନିଶମ ବିଭାଗ ଉଦ୍ଧାର କରି ଗୋପ ଡାକ୍ତରଖାନା ନେଇଥିବା ବେଳେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ମୃତ୍ୟୁ ହୋଇଛି। ସମସ୍ତ ଯୁବକଙ୍କ ବୟସ ୨୫ରୁ ୩୦ବର୍ଷ ବୟସ।