କନକବ୍ୟୁରୋ :ପୁଣି ଦନ୍ତା ନେଲା ଆଉ ଏକ ଜୀବନ । ଦନ୍ତା ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଛି । ଘର ବାରଣ୍ଡାରେ ଶୋଇଥିବା ଅବସ୍ଥାରେ ମହିଳାଙ୍କୁ ହାତୀଟି ଦଳିଦେଇଛି । ବାରିପଦା ରେଞ୍ଜ ବେତନଟୀ ଥାନା ରାଧିକାଶୋଳ ଗାଁରେ ଘଟିଛି ଘଟଣା। ଏହା ପୂର୍ବରୁ ଏହି ଦନ୍ତାହାତୀ ୩ ଜଣଙ୍କର ଜୀବନ ନେଇସାରିଥିବା ବେଳେ ଆଜି ପୁଣି ଜଣଙ୍କର ଜୀବନ ଯାଇଛି।

Advertisment

ମୃତ ମହିଳା ଜଣକ ହେଉଛନ୍ତି ସୀତାରାମ ହାଁସଦାଙ୍କ ସ୍ତ୍ରୀ ମାନକା ହାଁସଦା । ତାଙ୍କ ବୟସ ୩୫ ବର୍ଷ ହେବ  ସୂଚନା ମୁତାବକ ଗାଁକୁ ବଣୁଆହାତୀ ଅନୁପ୍ରବେଶ କରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ଘରୁ ନବାହାରିବାକୁ ଡକାଵାଜି ଯନ୍ତ୍ରଦ୍ୱାରା ପ୍ରଚାର କରି ଗ୍ରାମବାସୀଙ୍କୁ ସତର୍କ କରାଯାଇଥିଲା ବେତନଟୀ ରେଞ୍ଜ ଅଂଚଳରେ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ନରହନ୍ତା ଦନ୍ତା ୧୮ନଂ ଜାତୀୟ ରାଜପଥ ଅତିକ୍ରମ କରି ଭୋର ତିନିଟା ପାଖାପାଖି ସମୟରେ ରାଧିକାଶୋଳ ଗାଁରେ ପ୍ରବେଶ କରିଥିଲା 

ଗାଁର ତିନି ଚାରିଟି ଘର ଭାଙ୍ଗିବା ସହିତ ଘର ଭିତରେ ଶୋଇଥିବା ମାନକାଙ୍କୁ ଘୋଷାଡ଼ି ଆଣି ଘର ଅଗଣାରେ କଚାଡି ଦଳି ଦେଇଥିଲା  ସ୍ୱାମୀ ସୀତାନାଥ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିବା ବେଳେ ବନବିଭାଗର ଅପାରଗତାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି  ଖବର ପାଇ କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ଏଏସଆଇ ସୂତାର କୁମାର ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି 

 ତେବେ ବାରମ୍ବାର ବନବିଭାଗର ଅବହେଳା ଏବଂ ଅପାରଗତା ପାଇଁ ହାତୀ ଜନବସତି ଭିତରେ ପଶି ଧନ ଜୀବନ ହାନି କରୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗିରହିଛି  ନରହନ୍ତା ଦନ୍ତା ଆକ୍ରମଣରେ ତିନିଦିନରେ ଚାରିଜଣଙ୍କ ମୃତ୍ୟୁ ଘଟଣା ବନବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି ।

ସେପଟେ ସୁନ୍ଦରଗଡ଼ ବଣାଇ ରେଞ୍ଜ ଅଂଚଳରେ ଗୋଠ ଛଡା ଦନ୍ତା ହାତୀର ଉତ୍ପାତ। ପାଞ୍ଚଟି ପଂଚାୟତ ଲୋକଙ୍କ ନିଦ ହଜାଇ ଦେଇଛି ହାତୀ। ସନ୍ଧ୍ୟା ହେଲେ ପାଖ ଗ୍ରାମ୍ୟ ଜଙ୍ଗଲରୁ ବାହାରି ଗାଁ ମୁହାଁ ହେଉଛି। କେଉଁଠି ଘର ଭାଙ୍ଗୁଛି ତ କୋଉଠି ଫସଲ ନଷ୍ଟ କରୁଛି । ହାତୀ ଅସିଲା ମାନେ ଗାଁ ଲୋକ ଘର ଛାଡି ପଳାଉଛନ୍ତି।

ଏପରିକି ଲୋକଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇଦେଉଛି ହାତୀ। ବନ ବିଭାଗ ହାତୀ ଘଉଡ଼ାଇବାକୁ ପ୍ରୟାସ ଜାରି ରଖିଛି । ରାତି ସାରା ଏ ଗାଁ ସେ ଗାଁ ବୁଲୁଛି ଦିନରେ ଗ୍ରାମ୍ୟ ଜଙ୍ଗଲରେ ରହୁଥିବା କହିଛନ୍ତି ସ୍ଥାନୀୟ ଲୋକେ।