କନକ ବ୍ୟୁରୋ: ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳ ଆକିଲି ଗାଁରେ ମହାବଳ ବାଘ ଆତଙ୍କ । ଗାଁ ନିକଟରେ ଥିବା ଫାର୍ମ ହାଉସ ନିକଟରେ ବାଘ ବୁଲୁଥିବା କହିଛନ୍ତି ଜଣେ ଚାଷୀ । ସଙ୍ଗେ ସଙ୍ଗେ ଗାଁ ଲୋକଙ୍କୁ ଖବର ଦେଇଥିଲେ ଚାଷୀ ଜଣକ। ଗାଁ ଲୋକେ ଏକତ୍ରିତ ହୋଇ ବାଘର ପାଦ ଚିହ୍ନ ଦେଖିଥିବା କହିଛନ୍ତି । ପରେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଚନ୍ଦ୍ରଗିରି ବନାଞ୍ଚଳ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ବାଘ ପାଦ ଚିହ୍ନକୁ ପ୍ଲାଷ୍ଟର ପେରିସରେ ଚିହ୍ନଟ କରି ଅଧିକ ତଦନ୍ତ ଚଳାଇଛନ୍ତି । ବାଘର ଗତିବିଧି ଉପରେ ବନ ବିଭାଗ କର୍ମଚାରୀ ମାନେ ତୀକ୍ଷ୍ଣ ନଜର ରଖିଛନ୍ତି । ସେପଟେ ଗାଁରେ କକୁଆ ଭୟ ଦେଖାଦେଇଛି ।
ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳରେ ବାଘ ଆତଙ୍କ । ବାଘର ଗତିବିଧି ଉପରେ ତୀକ୍ଷ୍ଣ ନଜର ।
ବାଘ ପାଦଚିହ୍ନ ଚିହ୍ନଟ କରି ତଦନ୍ତ କରୁଛି ବନ ବିଭାଗ । ଆକିଲି ଗାଁ ନିକଟରେ ବାଘ ବୁଲୁଥିବା ଅଭିଯୋଗ ।