ଗାଁରେ ମାତିଛି ବାଘ। ଗୁହାଳରୁ ନେଇ ଖାଇଗଲା ବାଛୁରୀ।

Advertisment

ଗାଁରେ ମାତିଛି ବାଘ। ଗୁହାଳରୁ ନେଇ ଖାଇଗଲା ବାଛୁରୀ। ଏଭଳି ଘଟଣା ସାମ୍ନାକୁ ଆସିଛି ଉଦଳା ବନାଞ୍ଚଳ ଅଧୀନ ଚଡଦା ଗ୍ରାମରୁ।

ଗାଁରେ ମାତିଛି ବାଘ। ଗୁହାଳରୁ ନେଇ ଖାଇଗଲା ବାଛୁରୀ। ଏଭଳି ଘଟଣା ସାମ୍ନାକୁ ଆସିଛି ଉଦଳା ବନାଞ୍ଚଳ ଅଧୀନ ଚଡଦା ଗ୍ରାମରୁ।

tiger in village

କନକ ବ୍ୟୁରୋ: ଗାଁରେ ମାତିଛି ବାଘ। ଗୁହାଳରୁ ନେଇ ଖାଇଗଲା ବାଛୁରୀ। ଏଭଳି ଘଟଣା ସାମ୍ନାକୁ ଆସିଛି ଉଦଳା ବନାଞ୍ଚଳ ଅଧୀନ ଚଡଦା ଗ୍ରାମରୁ। ଗାଁର ଶଙ୍କର ମାରାଣ୍ଡି ରାତିରେ ଵିଲ ନିକଟରେ ଥିବା ଗୁହାଳରେ ବାଛୁରୀ ବାନ୍ଧି ଘରେ ରହିଥିଲେ। ହେଲେ ସକାଳୁ ଗୁହାଳରେ ପହଞ୍ଚି ବାଛୁରୀ ନଥିବା ଦେଖିବାକୁ ପାଇଥିଲେ। ଖୋଜାଖୋଜି କରିବା ପରେ ଗୁହାଳଠାରୁ କିଛି ଦୂରରେ ବାଛୁରୀଟିର ମୃତଦେହ ଦେଖିବାକୁ ମିଳିଥିଲା। କୌଣସି ବନ୍ୟଜନ୍ତୁ ବାଛୁରୀକୁ ମାରି ଖାଇଥିବା ଅନୁମାନ କରୁଥିବା ବେଳେ ୩ ଗୋଟି ଵିଲରେ ବାଘ ପାଦ ଚିହ୍ନ ପଡ଼ିଥିବା ମିଳିଛି। ଵିଲ ଗୁଡିକରେ ରକ୍ତ ପଡ଼ିଥିବା ଦେଖିବା ପରେ ଗ୍ରାମକୁ ବାଘ ଆସିଥିବା ସନ୍ଦେହ ବଢ଼ିଛି। ଫଳରେ ବାଘକୁ ନେଇ ଗାଁ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି। ଗାଁ ଲୋକ ବନବିଭାଗକୁ ଏନେଇ ଜଣାଇସାରିଛନ୍ତି। ବନବିଭାଗ ସତର୍କ ଦୃଷ୍ଟି ରଖିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe