କନକ ବ୍ୟୁରୋ : ଘର ବାହାରେ ହସଖୁସିରେ ଖେଳୁଥିଲା ୩ ବର୍ଷର ଶିଶୁ କନ୍ୟା। ମାତ୍ର ଆଖି ପିଛୁଳାକେ ଘଟିଗଲା ଅଘଟଣ। ଖେଳୁ ଖେଳୁ ଏକ ବୋରୱେଲରେ ଖସି ପଡ଼ିଲା ଶିଶୁ କନ୍ୟା ଚେତନା । ଚେତନାକୁ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ରେସକ୍ୟୁ ଅପରେସନ । ଏପରି ଏକ ଅଘଟଣ ରାଜସ୍ଥାନର କୋଟପୁତଳି ନିକଟ ବଡିୟାଲି ଢାଣି ଗାଁରେ ଘଟିଛି। ସୋମବାର ଅପରାହ୍ନ ସମୟରେ ଶିଶୁ କନ୍ୟା ଚେତନା ଘର ବାହାରେ ଖେଳୁଥିଲା। ଏହି ସମୟରେ ପାଖରେ ଥିବା ଏକ ୧୫୦ ଫୁଟ ଗଭୀର ବୋରୱେଲରେ ସେ ଖସି ପଡ଼ିଥିଲା। ପିଲାଟିର ଚିତ୍କାର ଶୁଣି ତା’ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ। ଏନେଇ ତୁରନ୍ତ ସେମାନେ ପୁଲିସ୍ ଓ ପ୍ରଶାସନକୁ ଖବର ଦେଇଥିଲେ ପ୍ରାୟ ୮ ଘଣ୍ଟାରୁ ଅଧିକ ବିତିଗଲାଣି ଏନଡିଆରଏଫ, ଏସଡିଆରଏଫ, ଜିଲ୍ଲା ପ୍ରଶାସନ ଓ ପୁଲିସ୍ ଟିମ୍ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଅଛନ୍ତି। ମାତ୍ର ଚେତନାକୁ ଉଦ୍ଧାର କରାଯାଇ ପାରି ନାହିଁ ।
୭୫୦ ଫୁଟ ଗଭୀର ଗାତ ତଳେ ଜୀବନ-ମରଣ ସଂଘର୍ଷ କରୁଛି ୩ବର୍ଷର କୁନି ଝିଅ । ପହଁଚିପାରୁନି ଖାଦ୍ୟପାଣି, ୨୩ଘଂଟା ହେଲାଣି ଉପାସରେ ରହିଛି ଚେତନା
ଚେତନାକୁ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ରେସକ୍ୟୁ ଅପରେସନ । ଏପରି ଏକ ଅଘଟଣ ରାଜସ୍ଥାନର କୋଟପୁତଳି ନିକଟ ବଡିୟାଲି ଢାଣି ଗାଁରେ ଘଟିଛି। ସୋମବାର ଅପରାହ୍ନ ସମୟରେ ଶିଶୁ କନ୍ୟା ଚେତନା ଘର ବାହାରେ ଖେଳୁଥିଲା। ଏହି ସମୟରେ ପାଖରେ ଥିବା ଏକ ୧୫୦ ଫୁଟ ଗଭୀର ବୋରୱେଲରେ ସେ ଖସି ପଡ଼ିଥିଲା
/kanak/media/media_files/2024/12/24/gMFuQdZ2HncnkP60Ge0r.jpg)