କନକ ବ୍ୟୁରୋ : ବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେତେ କଷ୍ଟ କରିଛନ୍ତି, ଉତ୍ତମ ଛାତ୍ରଟିଏ ଗଢ଼ିବା ପାଇଁ କେତେ କଠୋର ହୋଇଛନ୍ତି । ସେ ବିଷୟରେ କହି ଭାବବିହ୍ବଳ ହୋଇପଡ଼ୁଛନ୍ତି ସମସ୍ତଙ୍କ ପ୍ରିୟ ଅରୁଣ ସାର । କାହାକୁ ଆଲିଙ୍ଗନ କରୁଛନ୍ତି ତ କାହାର ପିଠି ଥାପୁଡ଼େଇ ଆଶ୍ୱାସନା ଦେଉଛନ୍ତି । ସମସ୍ତଙ୍କ ଆଖିରୁ ଝରିପଡ଼ୁଛି ସାରଙ୍କ ପ୍ରତି ଥିବା ସ୍ନେହ ଓ ଶ୍ରଦ୍ଧାର ଲୁହ । କାରଣ ଆଉ ବିଦ୍ୟାଳୟରେ ଶୁଣିବାକୁ ମିଳିବନି ସାରଙ୍କ ପାଠପଢ଼ା, ଆକଟ ଆଉ ଆଦର ।
କୋରେଇ ବ୍ଲକ ଅମବୃତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ଜେନା ଦୀର୍ଘ ୩୯ ବର୍ଷ ଧରି ଶିକ୍ଷାଦାନ କରି ଆସୁଥିଲେ । ତାଙ୍କ ବିଦାୟକାଳୀନ କାର୍ଯ୍ୟକ୍ରମକୁ ସ୍ୱତନ୍ତ୍ର କରିଛନ୍ତି ଛାତ୍ରଛାତ୍ରୀ ଓ ଗ୍ରାମବାସୀ । ଗୁରୁଙ୍କୁ ପାଇଁ ସୁସଜ୍ଜିତ ରଥରେ ବସି ଗାଁ ବୁଲାଇଛନ୍ତି । ଅରୁଣ ସାରଙ୍କ ଛାଟ ଅନେକ ପିଲାଙ୍କୁ ଭଲ ବାଟ ଦେଖାଇଛି । ତାଙ୍କ ଠାରୁ ପଢ଼ିଥିବା ଅନେକ ଛାତ୍ରଛାତ୍ରୀ ଭଲ ମଣିଷ ହେବା ସହ ସମାଜରେ ପ୍ରତିଷ୍ଠିତ ହୋଇପାରିଛନ୍ତି । ତେଣୁ ଅବସର ପରେ ସ୍କୁଲ ଆସି ପାଠ ପଢ଼ାଇବାକୁ ସାରଙ୍କୁ ଅନୁରୋଧ କରିଛନ୍ତି ଅଭିଭାବକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/06/hhgh-2025-08-06-19-41-48.png)