କନକ ବ୍ୟୁରୋ: ଶିକ୍ଷକଙ୍କ ପରିବେଶ ପ୍ରେମ । ଗଛ ଲଗାଇବା ନିଶାରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଟାଙ୍ଗର ଗାଁର ଶିକ୍ଷକ ନିରଂଜନ ସାହୁ । ପିଲାଟି ଦିନରୁ ଗଛ ଲଗାଇବା ଥିଲ ସଉକ । ଆଉ ଏବେ ସେ ପାଲଟିଛନ୍ତି ଜଣେ ପ୍ରକୃତିର ମଣିଷ । ଗାଁ ରାସ୍ତାରୁ ନେଇ ଶ୍ମଶାନରେ ମଧ୍ୟ ଅନେକ ଗଛ ଲଗାଇଛନ୍ତି । ଏପରିକି ଟାଙ୍ଗରା ପାହାଡରେ ଗଛ ଲଗାଇ ସବୁଜିମାରେ ଭରି ଦେଇଛନ୍ତି ଶିକ୍ଷକ ନିରଂଜନ ।
ବୃତ୍ତି ଶିକ୍ଷକତା, ହେଲେ ନିଶା ତାଙ୍କର ପରିବେଶ ସୁରକ୍ଷା । ପିଲାଟି ଦିନରୁ ସୁନ୍ଦର ପରିବେଶ ସୃଷ୍ଟି ପାଇଁ ସେ ଉଦ୍ୟମ କରିଚାଲିଛନ୍ତି । ଦୀର୍ଘ ୩୦ବର୍ଷ ଧରି ନିଜ ଗାଁକୁ ସବୁଜ ସୁନ୍ଦର କରିବାକୁ ଲାଗି ପଡିଛନ୍ତି ଶିକ୍ଷକ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ କାଠକଟା ପଞ୍ଚାୟତର ଟାଙ୍ଗର ଗାଁ । ଗାଁର ନିରଞ୍ଜନ ସାହୁ ବୃତ୍ତିରେ ଜଣେ ଶିକ୍ଷକ। ପିଲାଟି ଦିନରୁ ଗଛ ଲଗାଇବା ଓ ସଫେଇ କରିବା ପ୍ରତି ତାଙ୍କର ରୁଚି ରହିଥିଲା । ଚାକିରିରୁ ଅବସର ଗ୍ରହଣ ପରେ ଗାଁ ଆଖପାଖ ଅଞ୍ଚଳରେ ପରିବେଶ ସୁରକ୍ଷା ଓ ସ୍ବଚ୍ଛତାକୁ ନେଇ ଲାଗିପଡିଛନ୍ତି ଶିକ୍ଷକ ନିରଞ୍ଜନ । ତାଙ୍କର ଉଦ୍ୟମରେ ଟାଙ୍ଗରା ଭୁଇଁରେ ମନଲୋଭା ସବୁଜ ପରିବେଶ ସୃଷ୍ଟି ହୋଇଛି । ଏପରିକି ଗ୍ରାମର ଶ୍ମଶାନ ଏବେ ମନ୍ଦିରରେ ପରିଣତ ହୋଇଛି । ଶିକ୍ଷକଙ୍କ ଏହି ଉଦ୍ୟମକୁ ସମସ୍ତେ ବେଶ ପ୍ରଶଂସା କରୁଛନ୍ତି ।
ପୂର୍ବରୁ ଗଛ ଲଗାଇବା ପ୍ରତି ତାଙ୍କର ଆଗ୍ରହ ରହିଥିବା ବେଳେ ଅବସର ପରେ ନିଜ ଉଦ୍ୟମରେ ଟାଙ୍ଗର ଅଞ୍ଚଳରେ ସବୁଜ ପରିବେଶ ସୃଷ୍ଟି କରିଛନ୍ତି । ଗ୍ରାମର ମଶାଣି ଭୂଇଁରୁ ମୁକ୍ତେଶ୍ଵର ମନ୍ଦିର ଯାଏଁ ଗଛ ଲଗାଇ ସବୁଜିମାରେ ଭରିଛନ୍ତି ଶିକ୍ଷକ । ତାଙ୍କ ଉଦ୍ୟମରେ ମୁକ୍ତେଶ୍ଵର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିଷଦ ଗଠନ କରାଯାଇ ଭାଗବତ ଟୁଙ୍ଗୀ ପ୍ରତିଷ୍ଠା କରାଯାଇଛି । ଏହାସହ ଗ୍ରାମର ଯୁବଗୋଷ୍ଠୀ ମଧ୍ୟ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ବଚ୍ଛତା ରକ୍ଷା ଓ ପରିବେଶ ସୁରକ୍ଷାରେ ଲାଗି ପଡ଼ିଛନ୍ତି ।
ପରିବେଶ ସୁରକ୍ଷା ପାଇଁ ଶିକ୍ଷକ ନିରଞ୍ଜନଙ୍କ ଉଦ୍ୟମ ଜାରି ରହିଥିବା ବେଳେ ଏଥିରେ ଗ୍ରାମର ଯୁବକମାନେ ସହଯୋଗ କରୁଛନ୍ତି । ଏହି ସ୍ଥାନକୁ ଦର୍ଶନୀୟ ସ୍ଥାନରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ନିରଞ୍ଜନ । ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରିଛନ୍ତି ।