ବିଦ୍ୟାଳୟରେ ମଦୁଆ ଶିକ୍ଷକ, ମଦ ପିଇ ଶୋଇଛନ୍ତି ମାତାଲ ଶିକ୍ଷକ । ସୋସିଆଲ ମିଡିଆରେ ଘୁରି ବୁଲୁଛି ଭିଡିଓ

ଏଭଳି ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବୁର୍ଖା ମୋହଲି ପ୍ରାଥମିକ ବିଦ୍ୟାଳୟରେ। ମାତାଲ ଶିକ୍ଷକ ଧନିରାମ ଗଣ୍ଡ। ପିଲାଙ୍କ  ବସିବା ପାଇଁ ପଡିଥିବା କାପେର୍ଟ ଉପରେ ଶୋଇଛନ୍ତି ଶିକ୍ଷକ।

205

କନକ ବ୍ୟୁରୋ : ପିଲାଙ୍କୁ ପାଠ ପଢାଇବା ପରିବର୍ତେ ଶୋଇଛନ୍ତି ଶିକ୍ଷକ। ଦେଶୀ ମଦ ପିଇ ମାତାଲ ଅବସ୍ଥାରେ ପଡିରହିଛନ୍ତି ଶିକ୍ଷକ। ଏଭଳି ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବୁର୍ଖା ମୋହଲି ପ୍ରାଥମିକ ବିଦ୍ୟାଳୟରେ। ମାତାଲ ଶିକ୍ଷକ ଧନିରାମ ଗଣ୍ଡ। ପିଲାଙ୍କ  ବସିବା ପାଇଁ ପଡିଥିବା କାପେର୍ଟ ଉପରେ ଶୋଇଛନ୍ତି ଶିକ୍ଷକ। ଅନ୍ୟପଟେ ଏହାକୁ ଦେଖି ଗ୍ରାମବାସୀ ରୁଣ୍ଡ ହେବା ପରେ ବି ହୋସରେ ଆସୁନଥିଲେ ଶିକ୍ଷକ। ମାତାଲ ଶିକ୍ଷକକଙ୍କ  ଭିଡିଓଟି ଏବେ  ଭାଇରାଲ ହେଉଛି। ଏହି ସମ୍ପର୍କରେ ରାଇଘର ବିଇଓ ଇଶ୍ବର ମାଝୀ ଯୋଗାଯୋଗ କରିବାରୁ ସେ କିଛି ଜାଣିନଥିବା କହିଛନ୍ତି। ଅନ୍ୟପଟେ ଅଭିଯୋଗ ଆସିଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କହିଛନ୍ତି ବିଇଓ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe