କନକ ବ୍ୟୁରୋ: ସେଲ୍ଫି ନେଉଥିବା ବେଳେ କୋଏଲ ନଦୀରେ ବୁଡ଼ିଗଲେ ଯୁବକ । ମୃତ ଅବସ୍ଥାରେ ପ୍ରଧାନ ପାଲି ବ୍ରିଜ ନିକଟରୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ରେଳପୋଲ ଉପରେ ସାଙ୍ଗମାନଙ୍କ ସହ ରିଲ୍ସ କରିବା କାଳ ହୋଇଛି ।
ରେଳପୋଲ ତଳ କୋଏଲ ନଦୀକୁ ଖସିପଡି ଜଣେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସୁନ୍ଦରଗଡ଼ ଟାଙ୍ଗରମୁଣ୍ଡାର ସ୍ୱାଧୀନ ଓରାମ । ରାଉରକେଲାର ଏକ ଘରୋଇ ଶିକ୍ଷାନୁଷ୍ଠାନର ୪ ଜଣ ଛାତ୍ର ସାଙ୍ଗ ହୋଇ ରେଳପୋଲ ଉପରେ ରିଲ୍ସ କରୁଥିଲେ । ରେଳପୋଲରୁ ସ୍ୱାଧୀନ ନଦୀକୁ ଖସିପଡି ବୁଡିଯାଇଥିଲେ ।