ପିପିଲି ପୋପରଙ୍ଗ ସ୍କୁଲର ଛାତ୍ରକୁ ସାପ କାମୁଡିବା ଘଟଣା । ପ୍ରଧାନ ଶିକ୍ଷୟତ୍ରୀ ଜୟଶ୍ରୀ ସାହୁ ନିଲମ୍ବିତ

ସେହିପରି କ୍ଲାସ୍ ଟିଚର ଗୀତାଞ୍ଜଳି ରାଉତକୁ ବଦଳି କରାଯାଇଛି। ସୂଚନା ଅନୁସାରେ ଗତ ସୋମବାର ଦିନ ପୋପୋରଙ୍ଗା ପଂଚାୟତ ସରକାରୀ ବିଦ୍ୟାଳୟର ୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟରେ ବିଷାକ୍ତ ନାଗ ସାପ କାମୁଡ଼ିଦେଇଥିଲା । ପାଠ ନଆସିବାରୁ ଶିକ୍ଷୟତ୍ରୀ ଦଣ୍ଡ ଦେଇଥିଲେ ।

28KRújjù

28KRújjù Photograph: (28KRújjù)

କନକ ବ୍ୟୁରୋ : ପିପିଲି ପୋପରଙ୍ଗ ସ୍କୁଲର ଛାତ୍ରକୁ ସାପ କାମୁଡିବା ଘଟଣା। ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ଶିକ୍ଷାଧିକାରୀ  ରବିନାରାୟଣ ନନ୍ଦ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଜୟଶ୍ରୀ ସାହୁଙ୍କୁ କାର୍ଯ୍ୟରୁ  ନିଲମ୍ବିତ କରିଛନ୍ତି । ସେହିପରି କ୍ଲାସ୍ ଟିଚର ଗୀତାଞ୍ଜଳି ରାଉତକୁ ବଦଳି କରାଯାଇଛି। ସୂଚନା ଅନୁସାରେ ଗତ ସୋମବାର ଦିନ ପୋପୋରଙ୍ଗା ପଂଚାୟତ ସରକାରୀ ବିଦ୍ୟାଳୟର ୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟରେ ବିଷାକ୍ତ ନାଗ ସାପ କାମୁଡ଼ିଦେଇଥିଲା । ପାଠ ନଆସିବାରୁ ଶିକ୍ଷୟତ୍ରୀ ଦଣ୍ଡ ଦେଇଥିଲେ । ବିଦ୍ୟାଳୟର ଚାଉଳ ଘର ସଫା କରିବାକୁ କରିଥିଲେ ବୋଲି ପରିବାର ଲୋକ ଅଭିଯୋଗ ଆଣିଥିଲେ। ସେଠାରେ ପିଲାଟିକୁ ସାପ କାମୁଡ଼ିଦେଇଥିଲା। ଘଟଣା ସାମ୍ନାକୁ ଆସିବା ପରେ  ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe