କନକ ବ୍ୟୁରୋ : ପିପିଲି ପୋପରଙ୍ଗ ସ୍କୁଲର ଛାତ୍ରକୁ ସାପ କାମୁଡିବା ଘଟଣା। ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ଶିକ୍ଷାଧିକାରୀ ରବିନାରାୟଣ ନନ୍ଦ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଜୟଶ୍ରୀ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ସେହିପରି କ୍ଲାସ୍ ଟିଚର ଗୀତାଞ୍ଜଳି ରାଉତକୁ ବଦଳି କରାଯାଇଛି। ସୂଚନା ଅନୁସାରେ ଗତ ସୋମବାର ଦିନ ପୋପୋରଙ୍ଗା ପଂଚାୟତ ସରକାରୀ ବିଦ୍ୟାଳୟର ୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟରେ ବିଷାକ୍ତ ନାଗ ସାପ କାମୁଡ଼ିଦେଇଥିଲା । ପାଠ ନଆସିବାରୁ ଶିକ୍ଷୟତ୍ରୀ ଦଣ୍ଡ ଦେଇଥିଲେ । ବିଦ୍ୟାଳୟର ଚାଉଳ ଘର ସଫା କରିବାକୁ କରିଥିଲେ ବୋଲି ପରିବାର ଲୋକ ଅଭିଯୋଗ ଆଣିଥିଲେ। ସେଠାରେ ପିଲାଟିକୁ ସାପ କାମୁଡ଼ିଦେଇଥିଲା। ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ପିପିଲି ପୋପରଙ୍ଗ ସ୍କୁଲର ଛାତ୍ରକୁ ସାପ କାମୁଡିବା ଘଟଣା । ପ୍ରଧାନ ଶିକ୍ଷୟତ୍ରୀ ଜୟଶ୍ରୀ ସାହୁ ନିଲମ୍ବିତ
ସେହିପରି କ୍ଲାସ୍ ଟିଚର ଗୀତାଞ୍ଜଳି ରାଉତକୁ ବଦଳି କରାଯାଇଛି। ସୂଚନା ଅନୁସାରେ ଗତ ସୋମବାର ଦିନ ପୋପୋରଙ୍ଗା ପଂଚାୟତ ସରକାରୀ ବିଦ୍ୟାଳୟର ୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟରେ ବିଷାକ୍ତ ନାଗ ସାପ କାମୁଡ଼ିଦେଇଥିଲା । ପାଠ ନଆସିବାରୁ ଶିକ୍ଷୟତ୍ରୀ ଦଣ୍ଡ ଦେଇଥିଲେ ।
/kanak/media/media_files/2025/01/29/t1nmOUIqCUoPG1fhq0X8.jpg)