କଳିଙ୍ଗ ହସ୍ପିଟାଲ ପକ୍ଷରୁ ଆରମ୍ଭ ହୋଇଛି ଅତ୍ୟାଧୁନିକ ଜରୁରୀକାଳୀନ ଓ ଟ୍ରମା କେୟାର ସେଣ୍ଟର

Advertisment

ଓଡିଶାର ଅଗ୍ରଣୀ ସ୍ଵାସ୍ଥ୍ୟସେବା ପ୍ରଦାନକାରୀ କଳିଙ୍ଗ ହସ୍ପିଟାଲ ପକ୍ଷରୁ ଆରମ୍ଭ ହୋଇଛି ଅତ୍ୟାଧୁନିକ ଜରୁରୀକାଳୀନ ଓ ଟ୍ରମା କେୟାର ସେଣ୍ଟର । ଆଜି କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍ ଅଧ୍ୟକ୍ଷ ଡାକ୍ତର ଶୀତକଣ୍ଠ ଦାଶ, ବିଶିଷ୍ଟ ବ୍ୟକ୍ତି, ଡାକ୍ତର ଓ ଜନସାଧାରଣଙ୍କ ଉପସ୍ଥିତିରେ ଏହି ନୂତନ କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରାଯାଇଛି ।

ଓଡିଶାର ଅଗ୍ରଣୀ ସ୍ଵାସ୍ଥ୍ୟସେବା ପ୍ରଦାନକାରୀ କଳିଙ୍ଗ ହସ୍ପିଟାଲ ପକ୍ଷରୁ ଆରମ୍ଭ ହୋଇଛି ଅତ୍ୟାଧୁନିକ ଜରୁରୀକାଳୀନ ଓ ଟ୍ରମା କେୟାର ସେଣ୍ଟର । ଆଜି କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍ ଅଧ୍ୟକ୍ଷ ଡାକ୍ତର ଶୀତକଣ୍ଠ ଦାଶ, ବିଶିଷ୍ଟ ବ୍ୟକ୍ତି, ଡାକ୍ତର ଓ ଜନସାଧାରଣଙ୍କ ଉପସ୍ଥିତିରେ ଏହି ନୂତନ କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରାଯାଇଛି ।

qwdwqdwqdw

dwqdwq Photograph: (wqdwqd)

କନକ ବ୍ୟୁରୋ: ଓଡିଶାର ଅଗ୍ରଣୀ ସ୍ଵାସ୍ଥ୍ୟସେବା ପ୍ରଦାନକାରୀ କଳିଙ୍ଗ ହସ୍ପିଟାଲ ପକ୍ଷରୁ ଆରମ୍ଭ ହୋଇଛି ଅତ୍ୟାଧୁନିକ ଜରୁରୀକାଳୀନ ଓ ଟ୍ରମା କେୟାର ସେଣ୍ଟର । ଆଜି କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍ ଅଧ୍ୟକ୍ଷ ଡାକ୍ତର ଶୀତକଣ୍ଠ ଦାଶ, ବିଶିଷ୍ଟ ବ୍ୟକ୍ତି, ଡାକ୍ତର ଓ ଜନସାଧାରଣଙ୍କ ଉପସ୍ଥିତିରେ ଏହି ନୂତନ କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରାଯାଇଛି । ନୂତନ ଭାବେ ଆରମ୍ଭ ହୋଇଥିବା ଜରୁରୀକାଳୀନ ଏବଂ ଟ୍ରମା କେୟାର ସେଣ୍ଟରରେ ଉନ୍ନତ ଚିକିତ୍ସା ଜ୍ଞାନକୌଶଳ, ଉଚ୍ଚ ପ୍ରଶିକ୍ଷିତ ପେସାଦାର ଏବଂ ରୋଗୀମାନଙ୍କୁ ତୁରନ୍ତ ଏବଂ ସଠିକ୍ ଯନ୍ ମିଳିବା ସୁନିଶ୍ଚିତ କରିବା ପାଇଁ ପ୍ରୋଟୋକଲକୁ ସୁବ୍ୟବସ୍ଥିତ କରାଯାଇଛି । ବୟସ୍କ, ଶିଶୁ ଓ ନବଜାତ ରୋଗୀଙ୍କ ପାଇଁ ସାମାନ୍ୟ ଆଘାତଠାରୁ ଆରମ୍ଭ କରି ଜୀବନ ପ୍ରତି ବିପଦଜନକ ଟ୍ରମା ମାମଲା ପର୍ୟ୍ୟନ୍ତ ସମସ୍ତ ପ୍ରକାର ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତିକୁ ପୂରଣ କରିବା ପାଇଁ ଏହି କେନ୍ଦ୍ରକୁ ପ୍ରସ୍ତୁତ କରାଯାଇଛି । କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍ ଅଧ୍ୟକ୍ଷ ଡାକ୍ତର ଶୀତକଣ୍ଠ ଦାଶ କହିଛନ୍ତି ଯେ, ‘ଏହି ପରିବର୍ତିତ ଜରୁରୀକାଳୀନ ଓ ଟ୍ରମା କେୟାର ସେଣ୍ଟର ଓଡିଶାବାସୀଙ୍କ ପାଇଁ ଆଶାର କିରଣ । ଅଭିନବତା ସହିତ କରୁଣାର ମିଶ୍ରଣ କରୁଥିବା ଏଭଳି ସୁବିଧା ଦେଖ୍ ଖୁସି ଲାଗୁଛି । କଳିଙ୍ଗ ହସ୍ପିଟାଲ୍ ଆଗାମୀ ସମୟରେ ଏକ ମେଡିକାଲ୍ କଲେଜ୍‌, କର୍କଟ ରୋଗ ସେବା କେନ୍ଦ୍ର, ରୋଗୀ ଆଶ୍ରୟ କେନ୍ଦ୍ର (ଧର୍ମଶାଳା) ତଥା କ୍ଲିନିକାଲ୍ ରିସର୍ଚ୍ଚ ସେଣ୍ଟର କରିବା ପାଇଁ ଯୋଜନା ରଖୁଛି । ଉଦଘାଟନୀ ଉତ୍ସବରେ କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶିକା ନୀଲାଞ୍ଜନା ମୁଖେର୍ଜୀ କହିଛନ୍ତି ଯେ, ‘କଳିଙ୍ଗ ହସ୍ପିଟାଲରେ ଆମେ ବୁଝିପାରୁଛୁ ଯେ ଜରୁରୀକାଳୀନ ପରିସ୍ଥିତିରେ ପ୍ରତ୍ୟେକ ସେକେଣ୍ଡ ଗୁରୁତ୍ଵପୂର୍ଣ । ଆମର ଅତ୍ୟାଧୁନିକ ଜରୁରୀକାଳୀନ ଏବଂ ଟ୍ରମା କେୟାର ସେଣ୍ଟର ଜୀବନ ବଞ୍ଚାଇବା ପାଇଁ ଦ୍ରୁତ, ଉଚ୍ଚମାନର ସେବା ପ୍ରଦାନ କରିବା ଏବଂ ସମସ୍ତ ଦେୟଦାତା ଗୋଷ୍ଠୀ ଏବଂ ସ୍ୱାସ୍ଥ୍ୟବୀମା ଥିବା ରୋଗୀମାନଙ୍କ ପାଇଁ ସର୍ବୋତ୍ତମ ସମ୍ଭାବ୍ୟ ଫଳାଫଳ ସୁନିଶ୍ଚିତକରିବା ପାଇଁ ପ୍ରସ୍ତୁତ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe