କନକ ବ୍ୟୁରୋ :ଏଣିକି ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କୁ ମିଳିବ ସ୍ବତନ୍ତ୍ର ଦର୍ଶନ ସୁବିଧା । ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ଆସିବ ସ୍ବତନ୍ତ୍ର ମାର୍ଗଦର୍ଶିକା । ପ୍ରସ୍ତାବିତ ମାର୍ଗଦର୍ଶିକା ଆଗାମୀ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଉପସ୍ଥାପନ କରାଯାଇ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । କାଳିଆ ସାଆନ୍ତଙ୍କ ପାଖେ ସମାନ ସବୁ ଭକ୍ତ । ଧନୀ, ଗରିବ, ଉଚ୍ଚନୀଚ କୌଣକି ପ୍ରଭେଦ ଦେଖେନି କାଳିଆ । ସମସ୍ତଙ୍କୁ ଦେଇଥାଏ ଦର୍ଶନ । ଦିବ୍ୟାଙ୍ଗ ବା କେମିତି ବାଦ୍ ପଡ଼ନ୍ତେ ଦର୍ଶନରୁ ।
ଖୁବ୍ଶୀଘ୍ର ଦିବ୍ୟାଙ୍ଗମାନେ ଶ୍ରୀମନ୍ଦିରରେ ସହଜରେ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ । ଶ୍ରୀମନ୍ଦିର ଉତ୍ତର ଦ୍ୱାର କୁର୍ମବେଢ଼ା ଠାରୁ ସ୍ବତନ୍ତ୍ର ରାମ୍ପ ହୋଇଥିବା ବେଳେ ଏଥିଲାଗି ଖୁବ୍ଶୀଘ୍ର ଆସିବ ସ୍ବତନ୍ତ୍ର ମାର୍ଗଦର୍ଶିକା । ଆଗାମୀ ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ଏସ୍ଓପି ଉପସ୍ଥାପନ କରାଯାଇ ପରିଚାଳନା କମିଟିଙ୍କ ଅନୁମୋଦନ କ୍ରମେ ଏହାକୁ କାର୍ଯ୍ୟକାରୀ କରାଯିବ । ଦିବ୍ୟାଙ୍ଗମାନେ ରାମ୍ପ ଉପରେ ଯାଇ ବାହାର କାଠ ନିକଟରୁ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ ।
ପ୍ରଶାସନର ଏ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଏହାକୁ ସୁସଂଗଠିତ କରିବା ପାଇଁ ଏକ ସବ୍କମିଟି ଗଠନ କରିବାକୁ ପ୍ରସ୍ତାବ ରଖିଛନ୍ତି ସେବାୟତ । ସେହିପରି ସମସ୍ତ ନୀତିକାନ୍ତିକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରିବାକୁ ବରିଷ୍ଠ ସେବାୟତ ଦାବି କରିଛନ୍ତି । ଦିବ୍ୟାଙ୍ଗଙ୍କ ସୁବିଧା ଦର୍ଶନ ଲାଗି ବହୁ ପୂର୍ବରୁ ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ କଣ ପାଇଁ ଏହାକୁ ଏଯାଏଁ କାର୍ଯ୍ୟକାରୀ କରାଯାଇନି ସେ ନେଇ ଉଠିଛି ପ୍ରଶ୍ନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/11/puri-temple-2025-12-11-18-37-55.png)