କନକ ବ୍ୟୁରୋ : ଆସନ୍ତା ୧୭ରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଏଥିପାଇଁ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିଲା ସ୍ୱତନ୍ତ୍ର ବୈଠକ । ତେବେ ନୀତି ନିର୍ଘଣ୍ଟ ଅନୁସାରେ ରାତ୍ର ୨ଟାରୁ ଦ୍ୱାରଫିଟିବ । ଦ୍ୱିପହର ଧୂପ ସରିବା ପରେ ପ୍ରାୟ ପାଞ୍ଚଘଣ୍ଟା ଧରି ମରାମତି କାର୍ଯ୍ୟ କରାଯିବ । ଜିପିଆର ଓ ଜିପିଆରଏସ ସର୍ଭେରେ ଚିହ୍ନଟ ହୋଇଥିବା ରତ୍ନଭଣ୍ଡାରର କାନ୍ଥ ଏବଂ ଚଟାଣରେ ମରାମତି କରାଯିବ । ବିଶେଷକରି ଏହି ମରାମତି ସମୟରେ ବିଭିନ୍ନ ପ୍ରକାର ରାସାୟନିକ ସାମଗ୍ରୀ ବ୍ୟବହାର କରି ମରାମତି କରାଯିବ । ମରାମତି ସମୟରେ ଏସଓପିକୁ କଡାକଡି ପାଳନ କରାଯିବ ବୋଲି ଏଏସଆଇ ଡେପୁଟି କନଜରଭେଟର ଚିତ୍ତରଞ୍ଜନ ଦାସ କହିଛନ୍ତି ।
ଆସନ୍ତା ୧୭ରୁ ରତ୍ନଭଣ୍ଡାର ମରାମତି କାମ ନେଇ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ । ଦ୍ବିପହର ଧୂପ ପରେ ପାଞ୍ଚଘଣ୍ଟା ଧରି ଚାଲିବ କାମ
ଆସନ୍ତା ୧୭ରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ୟ୍ୟ । ଏଥିପାଇଁ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିଲା ସ୍ୱତନ୍ତ୍ର ବୈଠକ ।
/kanak/media/media_files/2024/12/13/DIaduFXh5eDrydfjUpeN.jpg)