କନକ ବ୍ୟୁରୋ: ଗତକାଲି ଅପରାହ୍ଣରେ ଭର୍ଜିନିଆରେ ଏକ ଶାସ୍ତ୍ରୀୟ ସଙ୍ଗୀତ କନ୍ସର୍ଟ ଅନୁଷ୍ଠିତ ହୋଇଛି । ଓଡ଼ିଶାର ପ୍ରଖ୍ୟାତ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ଡା. ସଙ୍ଗୀତା ଗୋସାଇଁଙ୍କ ଓଡ଼ିଶୀ ସଙ୍ଗୀତ ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଓଡ଼ିଶୀ ସଙ୍ଗୀତ ଭାରତର ପୁରାତନ ଶାସ୍ତ୍ରୀୟ ସଙ୍ଗୀତ ଧାରାମାନଙ୍କ ମଧ୍ୟରୁ ଗୋଟିଏ । ଏହାର ଉତ୍ସ ସଂସ୍କୃତ, ସାହିତ୍ୟ, ପୁରାତନ କବିତା ଓ ଜଗନ୍ନାଥ ସଂସ୍କୃତିର ଭାବପୂର୍ଣ୍ଣ ଉପଖ୍ୟାନରୁ ଉତ୍ପନ୍ନ । ଗତକାଲିର କନ୍ସର୍ଟରେ କେବଳ ଓଡ଼ିଶୀ ସଙ୍ଗୀତ ଗାନ କରାଯାଇଥିଲା ତାହା ନୁହେଁ, ଏହା ଜଣେ ଶ୍ରୋତାଙ୍କ ପାଇଁ ଏକ ଆଧ୍ୟାତ୍ମିକ ଅନୁଭବ ଥିଲା ।

Advertisment

ମଧୁରାଷ୍ଟକମରୁ କନ୍ସର୍ଟ ଆରମ୍ଭ ହୋଇଥିଲା, ଯେଉଁଥିରେ ଶ୍ରୀକୃଷ୍ଣଙ୍କ ଶୁଭ୍ର ମାଧୁର୍ଯ୍ୟକୁ ଚିତ୍ରଣ କରାଯାଇଛି । ଶାସ୍ତ୍ରୀୟ ସଙ୍ଗୀତର ମୂଳ ଲୋକ ସଙ୍ଗୀତରେ ଅନ୍ତର୍ନିହିତ, ଯେଉଁଠି ଜନମାନସର ଆତ୍ମା ପ୍ରକାଶ ପାଏ ତାହା ଡା. ସଙ୍ଗୀତା ଗୋସାଇଁ ବର୍ଣ୍ଣନା କରିଥିଲେ । ଏହାଛଡ଼ା ଏହି ଶାସ୍ତ୍ରୀୟ ସଙ୍ଗୀତ କନ୍ସର୍ଟରେ ହିନ୍ଦୀ ଭଜନ "ତେରେ ଚରଣୋଂ ମେ ସବ୍ କୁଛ ଲୁଟାକର ଜୀବନ ବିତାଉଙ୍ଗି…" ଓଡ଼ିଆ ଗୀତ "ମଲ୍ଲିକା ମନ ଆଜି ମାନିଛି" ସଙ୍ଗୀତ ପରିବେଶଣ ହୋଇଥିଲା । ଓଡ଼ିଆ ସଙ୍ଗୀତ ଛଡ଼ା ଏହି କନ୍ସର୍ଟରେ ବଙ୍ଗାଳୀ, ମରାଠି, ତାମିଲ, ତେଲୁଗୁ ଭାଷାରେ ଶାସ୍ତ୍ରୀୟ ସଙ୍ଗୀତ ପରିବେଶଣ ହୋଇଥିଲା ।