ଜହ୍ଲାଦ ପୁଅର ନାରକୀୟ କାଣ୍ଡ, ବାପା ମୁଣ୍ଡକାଟି ନେଇ ଫେରାର ହୋଇଗଲା ପୁଅ..

Advertisment

ମା’କୁ ମଧ୍ୟ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା ପୁଅ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ ।

ମା’କୁ ମଧ୍ୟ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା ପୁଅ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ ।

ଜହ୍ଲାଦ ପୁଅର ନାରକୀୟ କାଣ୍ଡ

ଜହ୍ଲାଦ ପୁଅର ନାରକୀୟ କାଣ୍ଡ Photograph: (ଜହ୍ଲାଦ ପୁଅର ନାରକୀୟ କାଣ୍ଡ )

କନକ ବ୍ୟୁରୋ:  ବାପାକୁ ହତ୍ୟା କରି ମୁଣ୍ଡ କାଟି ନେଇ ଫେରାର ହୋଇଗଲା ପୁଅ । ପାରିବାରିକ କଳହକୁ କେନ୍ଦ୍ର କରି ପୁଅର ଉନ୍ମତ୍ତକାଣ୍ଡ । ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଚାନ୍ଦୁଆ ଗାଁରେ। ବାପାକୁ ହତ୍ୟା କରିବା ପରେ ମୁଣ୍ଡକାଟି ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି । ମା’କୁ ମଧ୍ୟ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା ପୁଅ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ  ଜଗତସିଂହପୁରରେ ବିଭତ୍ସ ହତ୍ୟାକାଣ୍ଡ। ବଂଶ ନିପାତ କଲା କୁଳାଙ୍ଗାର ପୁଅ । ବାପା, ମାଆ ଓ ଭଉଣୀକୁ ପିଟିପିଟି ହତ୍ୟା କରିଛି ସୈତାନ । ଜଗତସିଂହପୁର ସଦର ଥାନା ଜୟବଡ଼ ଧୋବାସାହିରୁ ସାମ୍ନାକୁ ଆସିଛି ଏଭଳି ନୃଶଂସକାଣ୍ଡ । ଘର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଛି ୩ ମୃତଦେହ । ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି ।

ବାପା କୁଳମଣି ସେଠୀଙ୍କ ସହ ମାଆ ଓ ଭଉଣୀଙ୍କୁ ପିଟିପିଟି ମାରି ଦେଇଛି ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସେଠୀ । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଛି । ସକାଳେ ପଡ଼ୋଶୀ ଘର ବାହାରେ ରକ୍ତ ଲାଗିଥିବା ଦେଖିବା ପରେ ଘଟଣାସାମ୍ନାକୁ ଆସିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଗତକାଲିଠାରୁ ନିଶାସକ୍ତ ଅବସ୍ଥାରେ ଅଭିଯୁକ୍ତ ଘରେ ପାଟିତୁଣ୍ଡ କରୁଥିଲା । ରାତିରେ ମଧ୍ୟ ପ୍ରବଳ ଝଗଡ଼ା ହୋଇଥିବା ଜଣାପଡ଼ିଛି ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe