କନକ ବ୍ୟୁରୋ: ଭାରତୀୟ ମହିଳା କ୍ରିକେଟ ଇତିହାସରେ ସୁବର୍ଣ୍ଣ ଅଧ୍ୟାୟ ଲେଖିଥିବା ଜେମିମା ରୋଡ୍ରିଗ୍ସଙ୍କ କାହାଣୀ... ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ୧୨୭ ରନର ଅପରାଜିତ ଇନିଂସ ଖେଳି ଜେମିମା ଭାରତକୁ ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ ଫାଇନାଲରେ ପହଞ୍ଚାଇବା ସହ ବିଶ୍ୱ ଚାମ୍ପିଅନ କରିଥିଲେ । କିନ୍ତୁ ସେହି ଚମକ ପଛରେ ଲୁଚି ରହିଥିବା କାହାଣୀ କେବଳ କ୍ରିକେଟର ନୁହେଁ, ବିଶ୍ୱାସ, ତ୍ୟାଗ ଏବଂ ସଂଘର୍ଷର କାହାଣୀ ।
ଜେମିମା କୁହନ୍ତି, 'ମୋ ପରିବାର ପ୍ରଥମେ ଭାଣ୍ଡୁପରେ ରହୁଥିଲା, କିନ୍ତୁ ପ୍ରତିଦିନ ସ୍କୁଲ ଏବଂ ଅଭ୍ୟାସ ପାଇଁ ଦେଢ଼ରୁ ଦୁଇ ଘଣ୍ଟା ଯାତ୍ରା କରିବା ଅତ୍ୟନ୍ତ କଷ୍ଟକର ଥିଲା । ସେତେବେଳେ ମୋ ବାପା-ମାଆ ଏକ ବଡ଼ ନିଷ୍ପତ୍ତି ନେଇଥିଲେ । ସେମାନେ ସବୁକିଛି ଛାଡି ବାନ୍ଦ୍ରାକୁ ସ୍ଥାନାନ୍ତର ହେଲେ । ସେଠାରେ ଆମେ ମାତ୍ର ୧୮୫ ବର୍ଗଫୁଟର ଏକ ଛୋଟ ଘର ନେଇଥିଲୁ, ଯେଉଁଥିରେ ଆମେ ୫ ଜଣ ରହୁଥିଲୁ । ପରିବାର ଛାଡ଼ି ବାପା-ମା’ ବାନ୍ଦ୍ରା ଆସିଥିଲେ କେବଳ ମୁଁ ସ୍କୁଲ ଆଉ ଅଭ୍ୟାସ ଏକା ସଙ୍ଗେ କରିପାରିବି ।
ଛୋଟ ଘରେ କାନ୍ଥଗୁଡ଼ିକ ଛୋଟ ଥିଲେ ମଧ୍ୟ ସେହି ପରିବାରର ଉତ୍ସାହ ଆକାଶ ଛୁଉଁଥିଲା । ପିତା ଇଭାନ ରୋଡ୍ରିଗ୍ସ, ଯିଏ ନିଜେ ଜଣେ କୋଚ, ଜାଣିଥିଲେ ଯେ ସାଧନର ଅଭାବ ଜେମିମାଙ୍କ ବାଟ ରୋକିପାରିବ ନାହିଁ । କିନ୍ତୁ ଦିନେ ସେ ଅନୁଭବ କଲେ - ଯଦି ସେ ବଡ଼ ସ୍ତରରେ ପ୍ରତିଯୋଗିତା କରିବାକୁ ଚାହାନ୍ତି, ତେବେ ଅଭ୍ୟାସ ପାଇଁ ଏକ ବୋଲିଂ ମେସିନ ଦରକାର । ଘରର ରୋଜଗାରରେ ଏହା ସମ୍ଭବ ନଥିଲା ।
ଏକ ବୋଲିଂ ମେସିନ କିଣିବା ପାଇଁ ଋଣ ନେଇଥିଲେ ଜେମିମାଙ୍କ ବାପା, ସେହି ମେସିନ କେବଳ ତାଲିମର ଏକ ମାଧ୍ୟମ ନଥିଲା, ତାହା ଜେମିମା ବାପାଙ୍କର ଜେମିମାଙ୍କ ଉପରେ ବିଶ୍ୱାସ ଥିଲା । ତାଙ୍କ ସ୍ୱପ୍ନର ପ୍ରଥମ ପୁଞ୍ଜିନିବେଶ ଥିଲା । ପ୍ରତ୍ୟେକ ଥର ଯେତେବେଳେ ବୋଲିଂ ମେସିନ ଚାଲୁଥିଲା, ତାଙ୍କ ବାପା ଦୂରରେ ଛିଡା ହୋଇ ହସୁଥିଲେ । ସେ ଜାଣିଥିଲେ - ଏହି ଶବ୍ଦ ଦିନେ ଷ୍ଟାଡିୟମରେ ପ୍ରତିଧ୍ୱନିତ ହେବ ।
ଆହୁରି ପଢ଼ନ୍ତୁ... ରୋହିତ ଖେଳିବେ ବିଜୟ ହଜାରେ ଟ୍ରଫି! କୋହଲିଙ୍କ ନିଷ୍ପତ୍ତିରେ ସସପେନ୍ସ
କିନ୍ତୁ ପ୍ରତ୍ୟେକ ସ୍ୱପ୍ନର ଏକ ମୋଡ଼ ଆସେ, ଯେତେବେଳେ ଲାଗେ ଯେ ସବୁକିଛି ହାତରୁ ଖସିଯାଉଛି । ବିଶ୍ୱକପ ମଧ୍ୟରେ, ଇଂଲଣ୍ଡ ବିପକ୍ଷ ଗ୍ରୁପ ମ୍ୟାଚ ପୂର୍ବରୁ, ଜେମିମାଙ୍କୁ ଟିମରୁ ବାହାର କରି ଦିଆଗଲା । ସେ ଚୁପ୍ ଥିଲେ, କିନ୍ତୁ ଭିତରେ ସବୁକିଛି ଭାଙ୍ଗି ଯାଇଥିଲା । ସେ କୁହନ୍ତି, 'ମୁଁ ଏହା ମଧ୍ୟ ଜାଣି ନଥିଲି ଯେ ମୁଁ ପରବର୍ତ୍ତୀ ମ୍ୟାଚରେ ଖେଳିପାରିବି କି ନାହିଁ ।'
ଏହି ସମୟରେ ତାଙ୍କର ଘନିଷ୍ଠ ବନ୍ଧୁ ଅରୁନ୍ଧତୀ ତାଙ୍କୁ ଏକ କଥା କହିଥିଲେ, ଯାହା ଜେମିମାଙ୍କ ହୃଦୟ ଓ ମନରେ ଗଭୀର ଛାପ ଛାଡିଯାଇଥିଲା । ସେ କହିଥିଲେ, 'କିଏ କୁହେ ଚର୍ଚ୍ଚ ଏମିତି ଏକ ସ୍ଥାନ ଯେଉଁଠାରେ ତୁମେ କାନ୍ଦିପାରିବ ନାହିଁ?
ଏହା ଉପରେ ଜେମିମା ଗଭୀର ଭାବରେ ଚିନ୍ତା କରି ବୁଝିଲେ ଯେ ଭାବନା ପ୍ରକାଶ କରିବା ଦୁର୍ବଳତା ନୁହେଁ, ବରଂ ଏକ ଶକ୍ତି । ଅରୁନ୍ଧତୀ ଆହୁରି କହିଲେ, 'ଯେମିତି ତୁମେ ଏହି କଠିନ ସମୟ ଦେଇ ଗତି କରୁଛ, ସେମିତି ଅନେକ ଲୋକ ଅଛନ୍ତି, କିନ୍ତୁ ସେମାନେ ନିଜ କଥା କହିପାରନ୍ତି ନାହିଁ । ଭାବ, ଯଦି ତୁମେ ସେଠାକୁ ଯାଇ ଖୋଲାଖୋଲି ଭାବରେ ନିଜ ଭାବନା ବାଣ୍ଟୁଛ, ତେବେ ହୁଏତ ଏଥିରୁ ଅନ୍ୟ କାହାକୁ ଆଶା ମିଳିପାରେ ଯେ ହଁ, ଜେମି ମଧ୍ୟ ମୋ ଭଳି ଏହି କଠିନ ସମୟ ଦେଇ ଗତି କରୁଛି । ମୁଁ ଏକା ନୁହେଁ ।'
ଜେମିମାଙ୍କୁ ଏହା ଅନୁଭବ କରାଇଲା ଯେ ନିଜର ଦୁର୍ବଳତା ଏବଂ ଭାବନାକୁ ଗ୍ରହଣ କରିବା ଏବଂ ବାଣ୍ଟିବା କେବଳ ତାଙ୍କୁ ଶାନ୍ତି ଦିଏ ନାହିଁ, ବରଂ ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରେରଣା ହୋଇପାରେ । ସେହି ରାତି ତାଙ୍କ ପାଇଁ ଏକ ଟର୍ନିଂ ପଏଣ୍ଟ ପାଲଟିଲା... ଏକ ମ୍ୟାଚ ପରେ ସେହି ଜେମିମା ଟିମକୁ ଫେରି ଆସିଲେ ।
ନଭି ମୁମ୍ବାଇର ପଡିଆ, ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ, ସାମ୍ନାରେ ୩୩୯ ରନର ପାହାଡ଼ । କିନ୍ତୁ ଜେମିମା ସେହି ଦିନ ୧୨୭ ରନ କରି ଚମତ୍କାର କରିଦେଲେ । ସେହି ପାରି ପରେ ସେ କହିଥିଲେ, 'ମୁଁ ସେଦିନ ଏକ ଅଦ୍ଭୁତ ଶାନ୍ତିରେ ଥିଲି । ମୋତେ ଲାଗିଲା ଭଗବାନ ମୋ ସହିତ ଅଛନ୍ତି । ମୁଁ ନିଜକୁ କହିଲି, 'ଏହି ମ୍ୟାଚ ମୋର ନୁହେଁ, ଏହା ଭାରତର ମ୍ୟାଚ ।'
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/13/jemimah-rodrigues-2025-11-13-23-44-56.jpg)