କନକ ବ୍ୟୁରୋ : ଘର ନଦୀ କୂଳରେ। କିନ୍ତୁ ସମୟ ବିତୁଥିଲା ଘଞ୍ଚ ଜଙ୍ଗଲ ଭିତରେ । ଓଡ଼ିଶା ଓ ଛତିଶଗଡ଼ ଜଙ୍ଗଲରେ କରୁଥିଲା ଅପରେସନ । ଛତିଶଗଡ଼ ଏନକାଉଣ୍ଟରରେ ୧୬ ମାଓବାଦୀ  ନିପାତ ହେବା ପରେ ସାମ୍ନାକୁ ଆସିଲା ଜଣେ ଓଡ଼ିଆ ମାଓବାଦୀଙ୍କ ପରିଚୟ । ଦିନଥିଲା ବାଉରୀବନ୍ଧୁ ଭାବେ ବେଶ ପରିଚିତ ଥିଲେ । ହେଲେ ଲାଲଗଡ଼ରେ ବଦଳିଗଲା ତାଙ୍କ ପରିଚୟ । ଗାଁର ସରଳ ପୁଅ ସାଜିଲା କୁକ୍ଷାତ ମାଓବାଦୀ ଆଲୋକ ଓରାଫ ମୁନ୍ନା ।

Advertisment

ଯୁବ ଗର୍ଜନ ସମାବେଶରେ ସାମିଲ ଅଧିକାଂଶ ଯୁବକ ଥିଲେ ଜଗତସିଂହପୁର ଅଞ୍ଚଳର । ସେତେବେଳେ ଏହାକୁ ବିରୋଧ କରିଥିଲେ ଅଞ୍ଚଳବାସୀ । ଆଉ ସେହି ସମୟରେ ଗାଁର ଯୁବକଙ୍କୁ ଏକାଠି କରୁଥିଲେ ବାଉରୀବନ୍ଧୁ । ବାଶ୍‌ ସମାବେଶ ପରଠାରୁ ସେ ଆଉ ଘରକୁ ଫେରି ନାହାନ୍ତି । କୁଆଡେ ଗଲେ କେଉଁଠି ରହୁଛନ୍ତି, ସେ ଖବର କାହାରି ପାଖରେ ନଥିଲା । ଏବେ ସୁରକ୍ଷାକର୍ମୀଙ୍କ ଗୁଳିରେ ବାଉରୀଙ୍କ ମୃତ୍ୟୃ ପରେ ତାଙ୍କୁ ପୁଅ ଭାବେ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ବୁଢ଼ି ମାଆ ।

ଗତ ୫ ବର୍ଷ ତଳେ ବାଉରୀବନ୍ଧୁଙ୍କୁ ଖୋଜିବା ପାଁ କୁଳଶ୍ରୀ ଗାଁକୁ ଆସିଥିଲା ପୋଲିସ। ଘର ସାରା ଛାନଭିନ କରିଥିଲା କିନ୍ତୁ ମିଳି ନଥିଲା ବାଉରୀବନ୍ଧୁର ଠିକଣା । ଆଉ ସେବେଠାରୁ ପରିବାର ଲୋକ ବି ଜାଣି ଯାଇଥିଲେ ବାରଉରୀବନ୍ଧୁ ହୋଇ ସାରିଛି  ଲାଲବାହିନୀର ସଦସ୍ୟ ।

 ଯୁବ ଗର୍ଜନ ସମାବେଶ ନାଁରେ ଗ୍ରାମାଞ୍ଚଳ ଯୁବକଙ୍କ ବ୍ରେନ୍‌ ୱାସ୍‌ କରୁଛନ୍ତି ମାଓବାଦୀ । ନ୍ୟାୟ ଓ ଅଧିକାରର କଥା କହି ଯୁବକଙ୍କୁ ସଂଗଠନରେ ସାମିଲ କରାଯାଉଛି । ଯାହାର ସତ ଏବେ ସାମ୍ନାକୁ ଆସିବାରେ ଲାଗିଛି ।