କନକ ବ୍ୟୁରୋ : ଦୁଃଖ ଶୁଣ ପ୍ରଶାସନ । ଏ ହେଉଛି ଗୋଟେ କୁନି ପୁଅର ସରକାରଙ୍କୁ ଆକୁଳ ଆବେଦନ । କାରଣ ନିଜେ କିଡ୍ନି ରୋଗରେ ପଡ଼ି ପାଠ ପଢ଼ାରେ ଏକ ପ୍ରକାର ଡୋରୀ ବନ୍ଧା ହୋଇଛି । ସେପଟେ ମା’ ୭ ବର୍ଷ ହେଲାଣି ପକ୍ଷାଘାତରେ ପୀଡ଼ିତ । ପ୍ରତି ମୁହୂର୍ତ୍ତରେ ନିଜ ଭାଗ୍ୟ ଆଉ ଭବିଷ୍ୟତ ସହ ଲଢୁଛନ୍ତି ଅସହାୟ ଗରିବ ପରିବାର ।
କୁହାଯାଏ, ଦୁଃଖ ଯେତେବେଳେ ଆସେ ଭାଇ ବନ୍ଧୁ କୁଟୁମ୍ବ ସମସ୍ତଙ୍କୁ ସାଥୀରେ ନେଇ ଆସିଥାଏ । ଗୋଟିଏ ପଟେ ୭ ବର୍ଷ ହେଲା ସ୍ତ୍ରୀ ପକ୍ଷାଘାତରେ ପୀଡ଼ିତ ହୋଇ ବିଛଣାରେ ପଡ଼ିରହିଛନ୍ତି । ଅନ୍ୟପଟେ ନିଜର ଏକ ମାତ୍ର ପୁଅର ଦୁଇଟି ଯାକ କିଡ୍ନି ଖରାପ । ରୋଗ କେମିତି ଗୋଟିଏ ପରିବାରକୁ ଛାରଖାର କରିଦିଏ ତାହା ଏଠି ଦେଖିବାକୁ ମିଳିଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଗାଁର ସରୋଜ ବେହେରା,ବୃତ୍ତିରେ ମତ୍ସଜୀବୀ । ଚିଲିକାରୁ ମାଛ ମାରିଲେ ପରିବାର ଚଳେ । ହେଲେ ଏବେ ରୋଗୀଣା ପୁଅ ଓ ସ୍ତ୍ରୀ ପାଇଁ ସେ ଚିଲିକାକୁ ବି ମାଛ ମାରିବାକୁ ଯାଇପାରୁନାହାନ୍ତି । କେତେବେଳେ ସ୍ତ୍ରୀଙ୍କ ସେବା କରୁଛନ୍ତି ତ ପୁଣି କେତେବେଳେ ଏମାନଙ୍କ ମୁହଁରେ ଦାନା ଗଣ୍ଡାଏ ଦେବା ପାଇଁ ରୋଷେଇ କରୁଛନ୍ତି । ଅର୍ଥ ଅଭାବରୁ ଉତ୍ତମ ଚିକିତ୍ସା ମଧ୍ୟ ହୋଇପାରୁନାହିଁ ।
ପୁଅ ଶ୍ରୀତମ ନବମ ଶ୍ରେଣୀର ଛାତ୍ର । ନିଜେ ରୋଗରେ ଆକ୍ରାନ୍ତ ହୋଇ ବି ବିଛଣାରେ ପଡିଥିବା ରୋଗିଣା ମା’ ସେବା କରିବାକୁ ଭୁଲିନି ଶ୍ରୀତମ । ବିଦ୍ୟାଳୟକୁ ଯାଇପାରୁନଥିବାରୁ ଘରେ ରହି ପାଠ ପଢୁଛି । ରୋଗ ଭଲ ହେବା ପାଇଁ ଲକ୍ଷାଧିକ ଟଙ୍କା ଦରକାର । ଆର୍ଥିକ ସହାୟତା ପାଇଁ ଅନେକ ଥର ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ହେଲେ ଏଯାଏଁ କିଛି ସହାୟତା ମିଳିନି ।
ତେବେ ଏହି ଗରିବ ଓ ଅସହାୟ ପରିବାରକୁ କୌଣସି ସହୃଦୟ ବ୍ୟକ୍ତି ସହଯୋଗ ଓ ସାହାଯ୍ୟ କରିବାକୁ ଚାହୁଥିଲେ ..
SAROJ KUMAR BEHERA
A/C NO- 33620772547
IFSC NO- SBIN0008215
PHONE PE NO- 9556252770
ଏହି ନମ୍ବରରେ ଯୋଗାଯୋଗ କରିପାରିବେ ...