କନକ ବ୍ୟୁରୋ : ରାଉରକେଲାରେ ଗର୍ଜିଲା ବନ୍ଧୁକ। ରାଉରକେଲାର ସେକ୍ଟର ୩ ପୋଷ୍ଟ ଅଫିସ ସମ୍ମୁଖରେ ଫୁଟିଲା ଗୁଳି। କାର ଚାଳକଙ୍କୁ ଗୁଳିମାଡ଼ କଲେ ଦୁର୍ବୃତ୍ତ । କାର ଚାଳକଙ୍କ ବେକରେ ଗୁଳି ବାଜିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚକୁ ସ୍ଥାନାନ୍ତର କରାଯାଇଛି। ଆହତ କାର ଚାଳକ କୁଆଁରମୁଣ୍ଡା ଅଞ୍ଚଳର ବୋଲି ଜଣାପଡିଛି । ତେବେ ଗୁଳିକାଣ୍ଡ ପଛର କାରଣ କଣ ଜଣାପଡି ନାହିଁ । ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ ହୋଇଛି ନା ଗୁଳିକାଣ୍ଡ ପଛରେ ଅନ୍ୟ କାରଣ ରହିଛି ତାହାର ଖୋଳତାଡ କରୁଛି ରାଉରକେଲା ପୋଲିସ ।
ରାଉରକେଲାରେ ଫୁଟିଲା ଗୁଳି । କାର ଚାଳକଙ୍କୁ ଗୁଳିମାଡ କଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଆଇଜିଏଚରେ ଭର୍ତ୍ତି
କାର ଚାଳକଙ୍କ ବେକରେ ଗୁଳି ବାଜିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚକୁ ସ୍ଥାନାନ୍ତର କରାଯାଇଛି। ଆହତ କାର ଚାଳକ କୁଆଁରମୁଣ୍ଡା ଅଞ୍ଚଳର ବୋଲି ଜଣାପଡିଛି ।
/kanak/media/media_files/2025/02/23/8bBhaDm938VjSBValXO8.jpg)