କନକ ବ୍ୟୁରୋ : ଆମେରିକାର ଜର୍ଜିଆ ସହର ସ୍ଥିତ ଏକ ହାଇସ୍କୁଲରେ ଗୁଳିମାଡ଼ । ଅତି କମରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିବା ବେଳେ  ଅଘଟଣ ପରେ ସ୍କୁଲରେ ବ୍ୟାପକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ବିଦ୍ୟାଳୟକୁ ବନ୍ଦ କରାଯିବା ସହ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଛି । ହେଲେ ଆକ୍ରମଣକାରୀମାନେ କିଏ ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ଘଟଣା ସମ୍ପର୍କରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସୂଚନା ଦିଆଯାଇଛି। ଜର୍ଜିଆ ଗଭର୍ଣ୍ଣର ବ୍ରାଏନ୍ କେମ୍ପ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି । 

Advertisment