କନକ ବ୍ୟୁରୋ : ବେଙ୍ଗାଲୁରୁରୁ ଆସିଛି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ମାମଲା । ରିୟଲଷ୍ଟେଟ ବ୍ୟବସାୟୀଙ୍କୁ ବିଭତ୍ସ ହତ୍ୟା । ମା’ ସହ ମିଶି ସ୍ବାମୀକୁ ହତ୍ୟା କରିଛି ୧୯ବର୍ଷ ବୟସର ଯଶସ୍ବନୀ ସିଂ । ତେବେ ୨୪ଘଣ୍ଟା ଭିତରେ ଉଭୟ ମା ଓ ଝିଅକୁ ଗିରଫ କରିବାପରେ ସେମାନଙ୍କ ବୟାନ ରେକର୍ଡ କରିଛି ପୁଲିସ । କାହିଁକି ସ୍ବାମୀଙ୍କୁ ହତ୍ୟା କଲେ? କ’ଣ ଥିଲା ମର୍ଡର ପ୍ଲାନ ସେହି ସବୁ ବିଷୟରେ ସତ ଉଗାରିଛନ୍ତି ଯଶସ୍ବନୀ ଓ ମା ହେମା ବାଇ । ଲୋକେଶଙ୍କ ଖାଦ୍ୟରେ ନିଶା ଦେଇ ତାଙ୍କୁ ବେହୋସ କରିବା ପରେ ଗଳାକାଟି ହତ୍ୟା କରିଥିଲେ ଅଭିଯୁକ୍ତ । ତେବେ ସହରରଠୁ ବହୁ ଦୂରରେ ଲୋକେଶଙ୍କ ଶବ ମିଳିବା ପରେ ଛାନଭିନ ଆରମ୍ଭ କରିଥିଲା ପୁଲିସ । ତେବେ ହତ୍ୟା ପଛର କାରଣ ମାନସିକ ଓ ଶାରିରୀକ ନିଯ୍ୟାତନ ବୋଲି ପୁଲିସକୁ କହିଛନ୍ତି ଅଭିଯୁକ୍ତ ମା ଓ ଝିଅ । ୧୯ ବର୍ଷୀୟ ଯଶସ୍ବନୀଙ୍କ ପରିବାର ଉପରେ ଚାପ ପକାଇ ଦୁଇବର୍ଷ ପୂର୍ବରୁ ଜୋରଜବରସ୍ତ ବିବାହ କରିଥିଲେ ଲୋକେଶ । ପରେ ଶାରିରୀକ ଓ ମାନସିକ ନିଯ୍ୟାତନା ଦେଉଥିଲେ । ଝିଅର ଦୁଖ ଶୁଣି ମା ଜ୍ବାଇଁକୁ ମାରିବା ପାଇଁ ଯୋଜନା କରିବା ପରେ ଶେଷରେ ସଫଳ ହୋଇଥିଲେ କିନ୍ତୁ ପୋଲିସ ହାତରୁ ଖସିପାରିନାହାଁନ୍ତି ।
ବେଙ୍ଗାଲୁରୁରେ ଚାଞ୍ଚଲ୍ୟକର ଘଟଣା । ମାଆ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ
କାହିଁକି ସ୍ବାମୀଙ୍କୁ ହତ୍ୟା କଲେ? କ’ଣ ଥିଲା ମର୍ଡର ପ୍ଲାନ ସେହି ସବୁ ବିଷୟରେ ସତ ଉଗାରିଛନ୍ତି ଯଶସ୍ବନୀ ଓ ମା ହେମା ବାଇ । ଲୋକେଶଙ୍କ ଖାଦ୍ୟରେ ନିଶା ଦେଇ ତାଙ୍କୁ ବେହୋସ କରିବା ପରେ ଗଳାକାଟି ହତ୍ୟା କରିଥିଲେ ଅଭିଯୁକ୍ତ । ତେବେ ସହରରଠୁ ବହୁ ଦୂରରେ ଲୋକେଶଙ୍କ ଶବ ମିଳିବା ପରେ ଛାନଭିନ ଆରମ୍ଭ କରିଥିଲା ପୁଲିସ ।
/kanak/media/media_files/2025/03/25/WhR9F0E6tz03aAuc3gyx.jpg)