କନକବ୍ୟୁରୋ : ମାଆ ହେଲେ ଯୁକ୍ତ ୨ ପ୍ରଥମ ବର୍ଷରେ ପଢ଼ୁଥିବା ନାବାଳିକା ଛାତ୍ରୀ ।  ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରୁ ଏପରି ଘଟଣା ସାମ୍ନାକୁ ଆସିଛି । ନାବାଳିକା ଛାତ୍ରୀ ଜଣକ ବେତନଟୀ ଡାକ୍ତରଖାନା ଶୌଚାଳୟରେ ମାତ୍ର ୭ମାସର ପ୍ରିମେଚର କନ୍ୟାସନ୍ତାନ ପ୍ରସବ କରିଛନ୍ତି । ଏହି ମାମଲାରେ ଅଭିଯୁକ୍ତ ଯୁବକ ଶିବନାରାୟଣ ହେମ୍ରମକୁ ପୁଲିସ୍ ଗିରଫ କରିଛି ।

Advertisment

ନାବାଳିକା ଜଣକ ବେତନଟୀର ଏକ ଘରୋଇ ହଷ୍ଟେଲରେ ରହି ପାଠ ପଢୁଥିଲେ । ବେତନଟୀ ଅଞ୍ଚଳର ଯୁବକ ଶିବନାରାୟଣ ହେମ୍ରମଙ୍କ ସହ ପ୍ରେମ ଓ ଶାରିରୀକ ସମ୍ପର୍କ ଗଢ଼ି ଉଠିଥିଲା । ତେବେ ନାବାଳିକା ଜଣକ ଗର୍ଭବତୀ ହେବା ପରେ ଶିବନାରାୟଣ ଆଉ ଧରାଛୁଆଁ ଦେଉନଥିଲେ ।  ପୀଡିତା ୭ମାସ ପାଖାପାଖର ଗର୍ଭବତୀ ହୋଇସାରିଥିବା ବେଳେ ଦେହ ଖରାପ ହେବାରୁ ବେତନଟୀ ଡାକ୍ତରଖାନା ଯାଇଥିଲେ । ସେଠାରେ ଶୌଚାଳୟ ଯାଇଥିବାବେଳେ ଶୌଚାଳୟ ଭିତରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି ।

ଏବେ ଉଭୟ ନାବାଳିକା ମା’ ଏବଂ ନବଜାତ ଶିଶୁକନ୍ୟା ଗୁରୁତର ଅବସ୍ଥାରେ ବାରିପଦା ଜିଲ୍ଲାମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି  । ପୀଡିତାଙ୍କ ମାଙ୍କ ଏତଲା କ୍ରମେ ବେତନଟୀ ପୁଲିସ ପୋକ୍ସ ଆକ୍ଟରେ ମାମଲା ରୁଜୁକରି ଅଭିଯୁକ୍ତ ଶିବନାରାୟଣକୁ ଗିରଫ କରି କୋର୍ଟଚାଲାଣ କରିଛି ।  ତେବେ ନାବାଳିକା ଜଣକ ୭ମାସର ଗର୍ଭବତୀ ହେବା ପରେ ବି ସ୍ଥାନୀୟ ଅଙ୍ଗନବାଡି କର୍ମୀ କିମ୍ବା ସେ ରହୁଥିବା ହଷ୍ଟେଲର ୱାର୍ଡେନ ବି ଜାଣିପାରିଲେନି, ପ୍ରଶ୍ନ ଉଠିଛି । 
---