କନକ ବ୍ୟୁରୋ: ରାଜଧାନୀର ସ୍ପାରେ ସେକ୍ସ ରାକେଟ୍‌ ଚାଲିଥିବା ସନ୍ଦେହ । ସହରର ରବି ଟକିଜ୍ ଛକରେ ଥିବା ଏକ ସେଲୁନ ଓ ସ୍ପାରେ ପୋଲିସ ଚଢାଉ କରି ୨ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ସ୍ପା’ରେ ଚାଲୁଥିଲା ଅନୈତିକ କାର୍ଯ୍ୟ, ନାବାଳିକା ଝିଅକୁ ବ୍ୟବହାର କରି ଗ୍ରାହକଙ୍କୁ ଡକା ଯାଉଥିଲା। ସ୍ପାରୁ ଉଦ୍ଧାର ହୋଇଥିବା ଯୁବତୀ ଏହି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

Advertisment

ଭୁବନେଶ୍ୱର ରବି ଟକିଜ ଛକରେ ଥିବା ସ୍ପାରେ ସେକ୍ସ ରାକେଟ ଚାଲିଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ନାବାଳିକା ଝିଅ । ସ୍ପାର ରିସେପସନରେ ଚାକିରି ଦେବା ନା’ ରେ ତାଙ୍କୁ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ରଖିବାକୁ ସ୍ପା କର୍ମଚାରୀ ତାଙ୍କୁ ବାଧ୍ୟ କରୁଥିବା ନେଇ ଭୁବନେଶ୍ୱର ବଡଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୀଡିତା । କେବଳ ଏତିକି ନୁହେଁ, ପୀଡିତାଙ୍କୁ ସେଠାରୁ ଉଦ୍ଧାର କରିବାକୁ ଆସିଥିବା ତାଙ୍କ ପୁରୁଷ ବନ୍ଧୁଙ୍କୁ ସ୍ପା କର୍ମଚାରୀ ମାଡ ମାରି ଲହୁଲୁହାଣ କରିଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି । ଆଜି ସକାଳୁ ରବି ଟକିଜ ଛକରେ ଥିବା ଏହି ସ୍ପା ସମ୍ମୁଖରେ ପୀଡିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ସ୍ପା କର୍ମଚାରୀଙ୍କ ବଚସା ଚାଲିଥିଲା  । ଉତ୍ତେଜନା ବଢିବାରୁ ସ୍ଥାନୀୟ ଲୋକ ପୋଲିସକୁ ଫୋନ କରିଥିଲେ । ପୋଲିସ ସମସ୍ତଙ୍କୁ ଥାନାକୁ ନେଇଥିଲା । ଥାନାରେ ପଚରାଉଚୁରା ପରେ ପୁରା ଘଟଣା ସାମନାକୁ ଆସିଥିଲା

ତେବେ ଏହି ଘଟଣାକୁ ଗୁରୁତର ସହ ନେଇଛି କମିଶନରେଟ ପୋଲିସ ।  ପିଡିତାଙ୍କ ଲିଖିତ ଅଭିଯୋଗ ଆଧାରରେ ବଡଗଡ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ସ୍ପା ରେ କାମ କରୁଥିବା ଜଣେ ଯୁବକ ଓ ଜଣେ ମହିଳାଙ୍କୁ ଅଟକ ରଖାଯାଇଥିବା ବେଳେ ସ୍ପା କୁ ସିଲ୍ କରିଛି ପୋଲିସ । 
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସ୍ପା ରବି ଟକିଜ ଅଞ୍ଚଳରେ ଅଳ୍ପ ଦିନ ହେଲା ଖୋଲିଥିଲା ।  ପ୍ରଶ୍ନ ଉଠୁଛି ଯଦି

- ସ୍ପାରେ ଅନୈତିକ କାର୍ଯ୍ୟ ନେଇ ପୋଲିସ କିଭଳି ସୁରାକ ପାଇଲାନି? 
- ପୀଡିତା ସତରେ ନିର୍ୟାତନାର ଶିକାର ହୋଇଛନ୍ତି ନା ଅଭିଯୋଗ ପଛରେ ରହିଛି ଅଲଗା ରହସ୍ୟ? 
-ଆର୍ଥିକ କାରବାରକୁ ନେଇ ଏଭଳି ଅଭିଯୋଗ ଆସିଛି କି? 
ଏ ସବୁ ପ୍ରଶ୍ନର ଉତ୍ତର ଖୋଜୁଛି କମିଶନରେଟ ପୋଲିସ