ରାଜଧାନୀର ଜାଭିୟର ଛକରେ ସିରିଜ୍ ଦୁର୍ଘଟଣା । ନିଶାସକ୍ତ କାର ଡ୍ରାଇଭର ଘଟାଇଲା ଦୁର୍ଘଟଣା, ପୋଲିସ ଜନତା ହାତାହାତି

Advertisment

ପ୍ରଥମେ କାରଟି ଏକ ଡାଲା ଅଟୋକୁ ଧକ୍କା ଦେଇଥିଲା। ଏହାପରେ ଡାଲା ଅଟୋଟି ସାମ୍ନାରେ ଥିବା ପାସେଞ୍ଜର ଅଟୋକୁ ପିଟିଥିଲା। ଏହି ସିରିଜ ଦୁର୍ଘଟଣାରେ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି। କାର ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିବାରୁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ପ୍ରଥମେ କାରଟି ଏକ ଡାଲା ଅଟୋକୁ ଧକ୍କା ଦେଇଥିଲା। ଏହାପରେ ଡାଲା ଅଟୋଟି ସାମ୍ନାରେ ଥିବା ପାସେଞ୍ଜର ଅଟୋକୁ ପିଟିଥିଲା। ଏହି ସିରିଜ ଦୁର୍ଘଟଣାରେ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି। କାର ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିବାରୁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

rgxgxrdgx

xgxxgxre Photograph: (ggerge)

କନକ ବ୍ୟୁରୋ : ରାଜଧାନୀରେ ସିରିଜ ଦୁର୍ଘଟଣାକୁ ନେଇ ଉତ୍ତେଜନା। ପୋଲିସ ସହିତ ସାଧାରଣ ଜନତାଙ୍କ ଧସ୍ତାଧସ୍ତି। ସନ୍ଧ୍ୟାରେ ଭୁବନେଶ୍ବର ଜାଭିୟର ଛକରେ ସିରିଜ ଦୁର୍ଘଟଣା ହୋଇଛି। ପଛକୁ ପଛ ପିଟି ହୋଇଥିଲା ୪ଟି ଗାଡି। ପ୍ରଥମେ କାରଟି ଏକ ଡାଲା ଅଟୋକୁ ଧକ୍କା ଦେଇଥିଲା। ଏହାପରେ ଡାଲା ଅଟୋଟି ସାମ୍ନାରେ ଥିବା ପାସେଞ୍ଜର ଅଟୋକୁ ପିଟିଥିଲା। ଏହି ସିରିଜ ଦୁର୍ଘଟଣାରେ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି। କାର ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିବାରୁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଜାଭିୟର ଛକରେ ଉତ୍ତେଜନା ଦେଖାଦେଇଛି। ଦୁର୍ଘଟଣା ଘଟାଇଥିବା ନିଶାସକ୍ତ କାର ଡ୍ରାଇଭର କ୍ଷତିପୂରଣ ଦେବାକୁ ଲୋକେ ଦାବି କରିଛନ୍ତି। ପୋଲିସ ପିସିଆର ଭ୍ୟାନରେ ନିଶାସକ୍ତ କାର ଡ୍ରାଇଭରକୁ ନେବା ପାଇଁ ଚେଷ୍ଟା କରିବା ବେଳେ ଉତ୍ତ୍ୟକ୍ତ ଲୋକେ ପିସିଆର ଭ୍ୟାନକୁ ଅଟକାଇଥିଲେ। ପୋଲିସ ଲାଠି ଚାର୍ଜ କରିବାରୁ ଘଟଣାସ୍ଥଳରେ ଏବେବି ତୀବ୍ର ଉତ୍ତେଜନା ଲାଗିରହିଛି। ସିରିଜ ଦୁର୍ଘଟଣା ପରେ ଜାଭିୟର ଛକରେ ଅନେକ ସମୟ ଟ୍ରାଫିକ୍ ଜାମ୍ ହୋଇଥିଲା। ଶେଷ ଖବର ସୁଦ୍ଧା, ଡ୍ରାଇଭରକୁ ଉଠାଇନେଇଛି ପୁଲିସ । ଆନ୍ଦୋଳନକାରୀଙ୍କୁ ଆଲୋଚନା ପାଇଁ ଡକାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe