ରାଜଧାନୀରେ ସିରିଜ୍ ଦୁର୍ଘଟଣା ;ପଛକୁ ପଛ ପିଟି ହେଲା ୩ଟି କାର, ୨ ଜଣ ଆହତ

ରାଜଧାନୀରେ ସିରିଜ ଦୁର୍ଘଟଣା । ଜାଭିଅର ଛକ ସ୍ୟାଣ୍ଡି ଟାୱାର ସାମ୍ନାରେ ପଛକୁ ପଛ ପିଟି ହେଲା ୩ଟି କାର, ୨ ଜଣ ଆହତ; ମଦ ପିଇ ଗାଡ଼ି ଚଳାଇବାରୁ ଦୁର୍ଘଟଣା ଘଟିଥିବା ସୂଚନା ।

2111111

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ବିଳମ୍ବିତ ରାତିରେ ସିରିଜ ଦୁର୍ଘଟଣା । ଜାଭିଅର ଛକ ସ୍ୟାଣ୍ଡି ଟାୱାର ସାମ୍ନାରେ ୩ଟି କାର ପଛକୁ ପଛ ପିଟିହେବା ଫଳରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି  

ପ୍ରଥମ କାର ଚାଳକ ଜଣକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଥିବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । କାରକୁ ରାସ୍ତାର ଡିଭାଇଡର ଉପରକୁ ଚଢାଇଦେଇଥିଲେ ଡ୍ରାଇଭର । ଏହାପରେ ପଛକୁ ଆଉ ୨ଟି କାର୍ ପିଟି ହୋଇ ଦୁର୍ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ,  ପ୍ରଥମ କାରରେ ୨ଜଣ ଯୁବକ ଯୁବତୀ ବସିଥିଲେ ଏବଂ ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିଲେ। ପୋଲିସ ଗାଡ଼ି ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe