କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ବିଳମ୍ବିତ ରାତିରେ ସିରିଜ ଦୁର୍ଘଟଣା । ଜାଭିଅର ଛକ ସ୍ୟାଣ୍ଡି ଟାୱାର ସାମ୍ନାରେ ୩ଟି କାର ପଛକୁ ପଛ ପିଟିହେବା ଫଳରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି
ପ୍ରଥମ କାର ଚାଳକ ଜଣକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଥିବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । କାରକୁ ରାସ୍ତାର ଡିଭାଇଡର ଉପରକୁ ଚଢାଇଦେଇଥିଲେ ଡ୍ରାଇଭର । ଏହାପରେ ପଛକୁ ଆଉ ୨ଟି କାର୍ ପିଟି ହୋଇ ଦୁର୍ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ପ୍ରଥମ କାରରେ ୨ଜଣ ଯୁବକ ଯୁବତୀ ବସିଥିଲେ ଏବଂ ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିଲେ। ପୋଲିସ ଗାଡ଼ି ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/FEXN9WwOlgnKzC1OPP9T.jpg)