କନକ ବ୍ୟୁରୋ :  ରାଜଧାନୀ ରାଜରାସ୍ତାରେ ସିଜିଜ୍ ଦୁର୍ଘଟଣା । ଭୁବନେଶ୍ୱର ଜାଭିୟର ଛକରେ ସିରିଜ୍ ଦୁର୍ଘଟଣା । ପଛକୁ ପଛ ପିଟିଲା ୪ଟି ଗାଡି । ପ୍ରଥମେ ଗୋଟିଏ କାର୍ ଏକ ଅଟୋକୁ ପିଟିଥିଲା । ପରେ ଅନ୍ୟ ଏକ ଅଟୋ ସହ ଧକ୍କା ହୋଇଥିଲା । ଯେଉଁଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି 

Advertisment

ସୂଚନା ଅନୁସାରେ ନିଶାସକ୍ତ ଅବସ୍ଥାରେ ଏକ କାର୍ ଚାଳକ ଏକାଧିକ ଗାଡିକୁ ପିଟିଥିଲା । ଯେଉଁଥିରେ ଏକାଧିକ ଲୋକ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରୁଥିବା ବେଳେ ଉତ୍ତେଜନା ଦେଖିବାକୁ ମିଳିଛି ।  ଲୋକ ଏବଂ ପୋଲିସଙ୍କ ମଧ୍ୟରେ ଏକପ୍ରକାର ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଦୁର୍ଘଟଣା ଘଟାଇଥିବା ବ୍ୟକ୍ତିଙ୍କୁ ପୋଲି ଥାନାକୁ ନେବା ସମୟରେ ସାଧାରଣ ଲୋକ ଅଟକାଇଥିଲେ । ଏବଂ ପୋଲିସ ଉପରେ ସ୍ଥାନୀୟ ଲୋକ ଆକ୍ରମଣ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।