ଥାନା ବାବୁଙ୍କୁ ମହିଳାଙ୍କ ନାଲିଆଖି ; ପଢାଇଲେ ଆଇନର ପାଠ

ଥାନାରେ ମହିଳା ଓ ପୁଲିସ ଅଧିକାରୀଙ୍କ ମଧ୍ୟରେ କଥା କଟାକଟି । ଭରତପୁର ଘଟଣା ପରେ ଖଣ୍ଡଗିରିରୁ ଆସିଲା ଆଉଏକ ଭାଇରାଲ ଭିଡିଓ । ମହିଳାଙ୍କ ନାଁରେ ମାମଲା ରୁଜୁ ନେଇ ଦେଲେ ନିର୍ଦ୍ଦେଶ । ଘଟଣାକୁ ନେଇ ପୁଲିସ କମିଶନରଙ୍କ ଖୋଳତାଡ଼ ।

10nali

କନକ ବ୍ୟୁରୋ: ଜଣେ ମହିଳା ମାତାଲ ଅବସ୍ଥାରେ ଥାନାରେ କେମିତି ବ୍ୟବହାର କରୁଛନ୍ତି ଓ ଭରତପୁର ଘଟଣା ପରେ ଏମିତି ଏକ ଭାଇରାଲ ଭିଡ଼ିଓ ସାମ୍ନାକୁ ଆସିଛି ଓ ଭିଡିଓରେ ସଂପୃକ୍ତ ମହିଳା ଥାନାକୁ ଆସି ଆଇନର ପାଠ ପଢାଉଥିବା ଦେଖିବାକୁ ମିଳିଛି  ।

ଏ ଭିଡିଓ ଭାଇରାଲ ହେବା ପରେ ବଡ ପ୍ରଶ୍ନ । ଏପରି ଘଟଣା ଯଦି ପୁରୁଷ ଜଣେ କରିଥାନ୍ତେ ତାହାଲେ ତାଙ୍କୁ ଗିରଫ କରାଯାଇଥାନ୍ତା , ଏକାଧିକ ଦଫା ଲାଗିଥାନ୍ତା । ହେଲେ ମହିଳାଙ୍କ ପାଇଁ କ’ଣ ?  ମହିଳା ଯଦି ଥାନାକୁ ମାତାଲ ହୋଇ ଆସନ୍ତି ତାହେଲେ କି କାର୍ଯ୍ୟାନୁଷ୍ଠାନ? ପୁଲିସର ନିୟମ କଣ କହୁଛି? ଏବେ ଖଣ୍ଡଗିରି ଥାନାର ଏଭଳି ଘଟଣା ଭାଇରାଲ ହେବା ପରେ ଏବେ ଏନେଇ ମାମଲା ରୁଜୁ ସହ ଘଟଣାର ଖୋଳତାଡ ଆରମ୍ଭ କରିଛି କମିଶନରେଟ୍ ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe