କନକ ବ୍ୟୁରୋ: ଜଣେ ମହିଳା ମାତାଲ ଅବସ୍ଥାରେ ଥାନାରେ କେମିତି ବ୍ୟବହାର କରୁଛନ୍ତି ଓ ଭରତପୁର ଘଟଣା ପରେ ଏମିତି ଏକ ଭାଇରାଲ ଭିଡ଼ିଓ ସାମ୍ନାକୁ ଆସିଛି ଓ ଭିଡିଓରେ ସଂପୃକ୍ତ ମହିଳା ଥାନାକୁ ଆସି ଆଇନର ପାଠ ପଢାଉଥିବା ଦେଖିବାକୁ ମିଳିଛି ।
ଏ ଭିଡିଓ ଭାଇରାଲ ହେବା ପରେ ବଡ ପ୍ରଶ୍ନ । ଏପରି ଘଟଣା ଯଦି ପୁରୁଷ ଜଣେ କରିଥାନ୍ତେ ତାହାଲେ ତାଙ୍କୁ ଗିରଫ କରାଯାଇଥାନ୍ତା , ଏକାଧିକ ଦଫା ଲାଗିଥାନ୍ତା । ହେଲେ ମହିଳାଙ୍କ ପାଇଁ କ’ଣ ? ମହିଳା ଯଦି ଥାନାକୁ ମାତାଲ ହୋଇ ଆସନ୍ତି ତାହେଲେ କି କାର୍ଯ୍ୟାନୁଷ୍ଠାନ? ପୁଲିସର ନିୟମ କଣ କହୁଛି? ଏବେ ଖଣ୍ଡଗିରି ଥାନାର ଏଭଳି ଘଟଣା ଭାଇରାଲ ହେବା ପରେ ଏବେ ଏନେଇ ମାମଲା ରୁଜୁ ସହ ଘଟଣାର ଖୋଳତାଡ ଆରମ୍ଭ କରିଛି କମିଶନରେଟ୍ ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/UToZrah2a05Wqi4JVVgr.jpg)