କନକ ବ୍ୟୁରୋ : ବିଦ୍ୟାଳୟ ହେବ ତ ଏମିତି । ଯେଉଁଠି ପାଠ୍ୟ ପୁସ୍ତକ ସହ ଦିଆଯାଇଥାଏ ମୂଲ୍ୟବୋଧର ଜ୍ଞାନ । ଶିକ୍ଷକଙ୍କ ନିଆରା ପ୍ରୟାସ ଯୋଗୁଁ ବିଦ୍ୟାଳୟକୁ ମନ୍ଦିର ଭାବେ ପରିଗଣିତ କରିଛନ୍ତି ସମସ୍ତେ । ଛାତ୍ରଛାତ୍ରୀ ମାନେ ମଧ୍ୟ ଏଠାରେ ପାଠପଢ଼ି ନିଜକୁ ଧନ୍ୟ ମନେ କରନ୍ତି ।

Advertisment

ବିଦ୍ୟାଳୟ ଏକ ମନ୍ଦିର । ଯେଉଁଠି ଭଲ ମଣିଷଟିଏ ତିଆରିର ମୂଳଦୁଆ ପଡ଼ିଥାଏ । ସେହି ବିଦ୍ୟାଳୟ ଯଦି ସରସ ସୁନ୍ଦର ହୁଏ ଛାତ୍ରଛାତ୍ରୀଙ୍କ ମଧ୍ୟ ପାଠପଢା ପ୍ରତି ମଧ୍ୟ ଆଗ୍ରହ ବଢ଼େ । ଏମିତି ଏକ ବିଦ୍ୟାଳୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଜଙ୍ଗଲ ଭିତରେ ଥିବା ପ୍ରତାପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଯେଉଁଠି ଖାଲି ପୁସ୍ତକ ନୁହେଁ, ପିଲାଙ୍କୁ ମାନବୀୟ ମୂଲ୍ୟବୋଧର ଶିକ୍ଷା ଦିଆଯାଉଛି । ଛାତ୍ରଛାତ୍ରୀଙ୍କୁ ସରଳ ଭାବେ ଶିକ୍ଷାଦାନ ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି । ବିଜ୍ଞାନାଗାର, ଲାଇବ୍ରେରୀ, କମ୍ପ୍ୟୁଟର ଆଦି ରହିଛି ।

ଅଧିକ ପଢ଼ନ୍ତୁ : 

ବିଦ୍ୟାଳୟ ପରିସରକୁ ସୁନ୍ଦର ଭାବେ ସଜା ଯାଇଛି । ସବୁଜ ପରିବା, ରଙ୍ଗବେରଙ୍ଗର ଫୁଲ ବଗିଚା ସହ ଲାଗିଛି ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷଲତା । ତା’ ସହ ମହାପୁରୁଷ ମାନଙ୍କ ଫଟୋରେ ସୁସଜ୍ଜିତ ହୋଇଛି କ୍ୟାମ୍ପସ୍‌ । କେବଳ ସେତିକି ନୁହେଁ, ଏଠି ପାରମ୍ପରିକ କଳା ଓ ନୃତ୍ୟକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥାଏ । ଏଠାକାର ଛାତ୍ରଛାତ୍ରୀ ବି ବେଶ ଶୃଙ୍ଖଳିତ । ବିଦ୍ୟାଳୟଟି ସମସ୍ତଙ୍କ ସହଯୋଗରେ ଆଜି ଏଭଳି ସ୍ଥିତିରେ ପହଞ୍ଚି ପାରିଛି ବୋଲି କହିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ।

ସବୁ ବିଦ୍ୟାଳୟରେ ଶିକ୍ଷାଦାନ କରାଯାଇଥାଏ । ହେଲେ ଏଠାକାର ପରିବେଶ ଓ ଶିକ୍ଷା ଦାନ ପ୍ରଣାଳୀ ଟିକିଏ ନିଆରା । ଯାହାକୁ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ଅଭିଭାବକ ।