କନକ ବ୍ୟୁରୋ: ଉତ୍ତରପ୍ରଦେଶରୁ ବଜ୍ରାଘାତରୁ ରକ୍ଷା କରିବ ସାଟେଲାଇଟ୍ । ଏହି ସାଟେଲାଇଟ୍ ଘଡଘଡି ପଡିବା ପୂର୍ବରୁ ସତର୍କ କରାଇବ । ବର୍ଷା ଦିନେ ଉତ୍ତରପ୍ରଦେଶରେ ଘଡଘଡି ପଡ଼ିବା ଘଟଣା ବହୁତ ଅଧିକ ଥାଏ । କିଛି ଦିନ ତଳେ ପ୍ରୟାଗରାଜରେ ବ୍ରଜପାତରେ ଗୋଟିଏ ପରିବାରର ୪ ଜଣଙ୍କ ଜୀବନ ଯାଇଥିଲା । ଗତ ୩/୪ ବର୍ଷର ରେକର୍ଡ କହୁଛି ୩୦୦ ଲୋକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି । ଏନେଇ ଚିନ୍ତାରେ ପଡିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କିପରି ଏହି କ୍ଷତିକୁ କମ କରି ହେବ ସେନେଇ ତର୍ଜମା କରୁଛନ୍ତି ଯୋଗୀ ।
ଏସମ୍ପର୍କ ରେ ଯୋଗୀ ଆଦିତ୍ୟନାଥ ଇସ୍ରୋର ଅଧ୍ୟକ୍ଷ ବି. ନାରାୟଣଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି । ଏହି ସମୟ ମଧ୍ୟରେ, ଉତ୍ତର ପ୍ରଦେଶ ପାଇଁ ଏକ ପୃଥକ ଉପଗ୍ରହର ବ୍ୟବସ୍ଥା, ରିମୋଟ ସେନ୍ସିଂ ପ୍ରଯୁକ୍ତିର ବ୍ୟବହାର ଏବଂ ଏହି ବିକାଶରେ ମହାକାଶ ବିଜ୍ଞାନର ସହଯୋଗ ଉପରେ ଦୀର୍ଘ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତିବର୍ଷ ୟୁପିରେ ବଜ୍ରପାତ ଯୋଗୁଁ ହେଉଥିବା ମୃତ୍ୟୁ ଉପରେ ଚିନ୍ତା ପ୍ରକାଶ କରିଥିଲେ ।
ଏହି ପ୍ରସଙ୍ଗରେ ସେ ଇସ୍ରୋ ମୁଖ୍ୟ ବି ନାରାୟଣନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଇସ୍ରୋ ମୁଖ୍ୟ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଉତ୍ତର ପ୍ରଦେଶ ପାଇଁ ଉପଗ୍ରହ ବିକଶିତ କରିବାକୁ କହିଥିଲେ, ଯାହା ବଜ୍ରପାତର ଆଗୁଆ ସୂଚନା ଦେଇପାରିବ । ଏହାର ଉତ୍ତରରେ ଇସ୍ରୋ ମୁଖ୍ୟ କହିଛନ୍ତି ଯେ ଆମେ ଏକ ସିଷ୍ଟମ ବିକଶିତ କରୁଛୁ ଯାହା ବଜ୍ରପାତ ପୂର୍ବରୁ ସତର୍କ କରିପାରିବ ।