କନକବ୍ୟୁରୋ : ରୋଗୀଙ୍କ ଜୀବନ ବଞ୍ଚାଉଥବା ୧୦୮ ଆମ୍ୱୁଲାନ୍ସରେ କବାଡ଼ିଆ କାଗଜପତ୍ର । ରୋଗୀଙ୍କୁ ହସ୍ପିଟାଲ ବୋହିନେବା ବଦଳରେ କବାଡ଼ିଖାନାକୁ କାଗଜପତ୍ର ବୋହି ନେଉଛି ଆମ୍ୱୁଲାନ୍ସ । ଢେଙ୍କାନାଳ ଓଡ଼ପଡ଼ା ବ୍ଲକ ଗଦାସିଲା ପଞ୍ଚାୟତର ଚାଇଁପୁର ଠାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବନରପାଳ ଡାକ୍ତରଖାନର ୧୦୮ ଆମ୍ୱୁଲାନ୍ସରେ ବସ୍ତା ବସ୍ତା ରଦ୍ଦି କାଗଜକୁ ବିକ୍ରି ପାଇଁ ଆମ୍ୱଲାନ୍ସରେ ନିଆଯାଉଥିବା ଦୃଶ୍ୟ କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଛି । ଘଟଣା ଜଣାପଡ଼ିବା ପରେ ଆମ୍ୱୁଲାନ୍ସକୁ ଛାଡି ଡ୍ରାଇଭର ଫେରାର ହୋଇଯାଇଛି । ଅନ୍ୟପଟେ କବାଡିଆ ଦୋକାନୀ ମଧ୍ୟ ଫେରାର ହୋଇଯାଇଛି । ବସ୍ତା ଭିତରେ ଯୋଗାଣ ବିଭାଗର ରାସନକାର୍ଡ ହିତାଧିକାରୀଙ୍କ ଦସ୍ତାବେଦ ରହିଛି ।
ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର : ଆମ୍ୱୁଲାନ୍ସରେ ବୁହାଯାଉଛି କବାଡ଼ିଆ କାଗଜପତ୍ର
ରୋଗୀଙ୍କ ଜୀବନ ବଞ୍ଚାଉଥବା ୧୦୮ ଆମ୍ୱୁଲାନ୍ସରେ କବାଡ଼ିଆ କାଗଜପତ୍ର । ରୋଗୀଙ୍କୁ ହସ୍ପିଟାଲ ବୋହିନେବା ବଦଳରେ କବାଡ଼ିଖାନାକୁ କାଗଜପତ୍ର ବୋହି ନେଉଛି ଆମ୍ୱୁଲାନ୍ସ ।
/kanak/media/media_files/2025/06/15/3osc3kyUMqA3PUycSN2v.jpg)