ବାଲେଶ୍ୱର ସୋରରେ ବନ୍ଧୁକ ମୁନରେ ଲୁଟ୍ । ଶାଶୂ-ବୋହୂଙ୍କୁ ବାନ୍ଧି ଲୁଟିନେଲେ ୫ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର

ଘରେ ପଶି ମାଡ଼ ମାରିବା ସହ ମାରଣାସ୍ତ୍ର ଦେଖାଇ ଲୁଟ୍‌ କରିଛନ୍ତି ଲୁଟେରା । ବାଲେଶ୍ବର ଜିଲ୍ଲା ସୋର ଥାନା ଅଂଚଳରେ ଏଭଳି ଘଟଣା ଘଟିଛି । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦେବେନ୍ଦ୍ର ପ୍ରସାଦ ପାତ୍ରଙ୍କ ଘରୁ ଗତକାଲି ରାତିରେ କଳାକନା ବୁଲାଇଛନ୍ତି ଦୁବୃତ । ଗତକାଲି ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ୬ ଦୁର୍ବୁତ ଘରେ ପଶି ତାଙ୍କ ସ୍ତ୍ରୀ ଓ ବୋହୁକୁ ବାନ୍ଧି ବେକରେ ଭୁଜାଲି ଓ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ ।

}þKZZKþqþþ

କନକ ବ୍ୟୁରୋ : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁବୃତ । ଘରେ ପଶି ମାଡ଼ ମାରିବା ସହ ମାରଣାସ୍ତ୍ର ଦେଖାଇ ଲୁଟ୍‌ କରିଛନ୍ତି ଲୁଟେରା । ବାଲେଶ୍ବର ଜିଲ୍ଲା ସୋର ଥାନା ଅଂଚଳରେ ଏଭଳି ଘଟଣା ଘଟିଛି । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦେବେନ୍ଦ୍ର ପ୍ରସାଦ ପାତ୍ରଙ୍କ ଘରୁ ଗତକାଲି ରାତିରେ କଳାକନା ବୁଲାଇଛନ୍ତି ଦୁବୃତ । ଗତକାଲି ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ୬ ଦୁର୍ବୁତ ଘରେ ପଶି ତାଙ୍କ ସ୍ତ୍ରୀ ଓ ବୋହୁକୁ ବାନ୍ଧି ବେକରେ ଭୁଜାଲି ଓ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ । ଘରେ ଥିବା ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗହଣା ଲୁଟ କରିବା ସହିତ ସେମାନଙ୍କୁ ମାଡ଼ ମାରିଥିଲେ। ସୋର ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe