ଅନ୍ଧାରରେ ଉପାନ୍ତ ଗାଁ । ହିଂଜଳବସାରେ ବିଜୁଳି ଆଲୁଅରୁ ବଞ୍ଚିତ ଗ୍ରାମବାସୀ ।

Advertisment

ବିଜୁଳି ଆଲୁଅରୁ ବଞ୍ଚିତ ଗ୍ରାମବାସୀ । ଅଚଳ ପଡିଛି ସୋଲାର ସେଲ୍ ।

ବିଜୁଳି ଆଲୁଅରୁ ବଞ୍ଚିତ ଗ୍ରାମବାସୀ । ଅଚଳ ପଡିଛି ସୋଲାର ସେଲ୍ ।

VILLAGE

Photograph: (kanaknews)

 କନକ ବ୍ୟୁରୋ:  ତିନି ବର୍ଷ ହେଲା ଅନ୍ଧାରରେ ଉପାନ୍ତ ଗାଁ । ଗଂଜାମରେ ଜିଲ୍ଲା ଧରାକୋଟ ବ୍ଲକ ହିଞଳବସା ଲୋକମାନେ ବିଜୁଳି ଆଲୁଅରୁ ବଂଚିତ ହୋଇଛନ୍ତି । ବଣ ପାହାଡ ହେରା ଏହି ଗାଁକୁ ଯିବାଆସିବା କରିବା ମଧ୍ୟ ସହଜ ନୁହେଁ । ୬ ବର୍ଷ ତଳେ ଗାଁର ପ୍ରତ୍ୟେକ ପରିବାରକୁ ସରକାର ସୋଲାର ସେଲ ମାଧ୍ୟମରେ ବିଦ୍ୟୁତ ଯୋଗାଇ ଦେଇଥିଲେ । ତାହା ୨ବର୍ଷ ଚାଲିବା ପରେ ଅଚଳ ପଡ଼ିଛି ।

ଏନେଇ ବାରମ୍ବାର ଗାଁ ଲୋକମାନେ ଗୁହାରି କରିଥିଲେ ମଧ୍ୟ ସୋଲାର ସେଲ ମରାମତି ହୋଇନାହିଁ । ଫଳରେ ଏବେ ୩ ବର୍ଷ ହେଲା ପୁରା ଗାଁ ଲୋକ ଅନ୍ଧାରରେ ଜୀବନ ବିତାଉଛନ୍ତି । ପିଲାଙ୍କ ପାଠ ପଢାଠାରୁ ଆରମ୍ଭ କରି ଅନନ୍ୟ କାମରେ ବାଧାସୃଷ୍ଟି ହେଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe