କନକ ବ୍ୟୁରୋ: ତିନି ବର୍ଷ ହେଲା ଅନ୍ଧାରରେ ଉପାନ୍ତ ଗାଁ । ଗଂଜାମରେ ଜିଲ୍ଲା ଧରାକୋଟ ବ୍ଲକ ହିଞଳବସା ଲୋକମାନେ ବିଜୁଳି ଆଲୁଅରୁ ବଂଚିତ ହୋଇଛନ୍ତି । ବଣ ପାହାଡ ହେରା ଏହି ଗାଁକୁ ଯିବାଆସିବା କରିବା ମଧ୍ୟ ସହଜ ନୁହେଁ । ୬ ବର୍ଷ ତଳେ ଗାଁର ପ୍ରତ୍ୟେକ ପରିବାରକୁ ସରକାର ସୋଲାର ସେଲ ମାଧ୍ୟମରେ ବିଦ୍ୟୁତ ଯୋଗାଇ ଦେଇଥିଲେ । ତାହା ୨ବର୍ଷ ଚାଲିବା ପରେ ଅଚଳ ପଡ଼ିଛି ।
ଏନେଇ ବାରମ୍ବାର ଗାଁ ଲୋକମାନେ ଗୁହାରି କରିଥିଲେ ମଧ୍ୟ ସୋଲାର ସେଲ ମରାମତି ହୋଇନାହିଁ । ଫଳରେ ଏବେ ୩ ବର୍ଷ ହେଲା ପୁରା ଗାଁ ଲୋକ ଅନ୍ଧାରରେ ଜୀବନ ବିତାଉଛନ୍ତି । ପିଲାଙ୍କ ପାଠ ପଢାଠାରୁ ଆରମ୍ଭ କରି ଅନନ୍ୟ କାମରେ ବାଧାସୃଷ୍ଟି ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/01/03/JgP2RJBRXBrw9yo3G2xI.jpg)