ଭିତରକନିକାରେ ରେକର୍ଡ ସଂଖ୍ୟକ କୁମ୍ଭୀର ଶାବକ ଜନ୍ମ , ତିନିଦିନ ଭିତରେ ନଦୀ ନାଳରେ ୨୫୦୦ ଶାବକ ଜନ୍ମ

Advertisment

ଭିତରକନିକା ନଦୀ ନାଳରେ ଜନ୍ମ ନେଇଛନ୍ତି ୨୫୦୦ କୁମ୍ଭୀର ସାବକ। ତିନିଦିନ ମଧ୍ୟରେ ଜନ୍ମ ନେଇଥିବା ଏଇ କୁମ୍ଭୀର ସାବକମାନଙ୍କୁ ନଦୀ ତଥା ରାସ୍ତା ଉପରେ ଦେଖିବାକୁ ମିଳୁଛି। ଗୋଟିଏ ବର୍ଷରେ ଏତେ ସଂଖ୍ୟକ କୁମ୍ଭୀର ଛୁଆ ଜନ୍ମନେବା ଘଟଣା ବନବିଭାଗ ଓ ପରିବେଶବିତ ମାନଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି।

croco

କନକବ୍ୟୁରୋ: ଭିତରକନିକା ନଦୀ ନାଳରେ ଜନ୍ମ ନେଇଛନ୍ତି ୨୫୦୦ କୁମ୍ଭୀର ସାବକ। ତିନିଦିନ ମଧ୍ୟରେ ଜନ୍ମ ନେଇଥିବା ଏଇ କୁମ୍ଭୀର ସାବକମାନଙ୍କୁ ନଦୀ ତଥା ରାସ୍ତା ଉପରେ ଦେଖିବାକୁ ମିଳୁଛି। ଗୋଟିଏ ବର୍ଷରେ ଏତେ ସଂଖ୍ୟକ କୁମ୍ଭୀର ଛୁଆ ଜନ୍ମନେବା ଘଟଣା ବନବିଭାଗ ଓ ପରିବେଶବିତ ମାନଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି। ଚଳିତ ବର୍ଷ ଭିତରକନିକାରେ ୧୧୪ଟି କୁମ୍ଭୀରବସା ଚିହ୍ନଟ କରାଯାଇଥିଲା। ସେଥି ମଧ୍ୟରୁ କନିକା ରେଞ୍ଜରେ ୧୦୨ଟି, ରାଜନଗର ରେଞ୍ଜରେ ୧୦ଟି, ଗହିରମଥା ରେଞ୍ଜରେ ଗୋଟାଏ ଓ ମହାକାଳପଡ଼ା ରେଞ୍ଜରେ ଗୋଟିଏ ବସା ଚିହ୍ନଟ କରାଯାଇଥିଲା।

ଏହି ୧୧୪ଟି ବସାରୁ ଏବେ ଛୁଆ ଫୁଟି ବାହାରିବା ଆରମ୍ଭ କରିଛନ୍ତି। ସେଥିମଧ୍ୟରୁ ଗୋଟିଏ ବସା ଜୁଆର ମାଡ଼ରେ ନଷ୍ଟ ହୋଇଯାଇଥିଲା ଏଥିରୁ ଅଣ୍ଡା ସଂଗ୍ରହ କରି କୁମ୍ଭୀର ପ୍ରଜନନ କେନ୍ଦ୍ରରେ ରଖାଯାଇଥିଲା ସେଥିରୁ ୨୫ଟିଛୁଆ ଜନ୍ମ ନେଇଥିବା ଜଣାପଡିଛି। ତେବେ ଏହି କ୍ରମରେ ୧୧୪ଟି ବସାରୁ ପାଖାପାଖି ୨୫୦୦ଛୁଆ ଜନ୍ମନେଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe