କନକ ବ୍ୟୁରୋ: ଶିବ ମନ୍ଦିରରେ ଶ୍ରଦ୍ଧାଳୁ ସାଧାରଣତଃ ଜଳାଭିଷେକ କିମ୍ବା କ୍ଷୀର ଅଭିଷେକ କରନ୍ତି । ଏହାସହ କିଛି ସ୍ବତନ୍ତ୍ର ଫୁଲ ବି ଚଢ଼ାଇ ନିଜ ମନସ୍କାମନା ପୂରଣ କରିବାକୁ ପୂଜାର୍ଚ୍ଚନା କରିଥାନ୍ତି । କିନ୍ତୁ ଆମ ଦେଶରେ ଏଭଳି ବି ମହାଦେବ ମନ୍ଦିର ରହିଛି ଯେଉଠିକାର ପରମ୍ପରା ଏବଂ ଶ୍ରଦ୍ଧାଳୁଙ୍କ ବିଶ୍ବାସ କଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଗୁଜୁରାଟରେ ଏଭଳି ଶିବ ମନ୍ଦିର ଅଛି ଯେଉଁଠି ଭକ୍ତ ଶିବଲିଙ୍ଗ ଉପରେ ଜିଅନ୍ତା କଙ୍କଡ଼ା ଚଡ଼ାଇ ପ୍ରାର୍ଥନା କରନ୍ତି । ହେଲେ ଏଭଳି କରିବା ପଛରେ କାରଣ କ’ଣ ଅଛି ଜାଣିବା ।
ଅଧିକ ପଢ଼ନ୍ତୁ : ଋଣଭାରରେ ବୁଡ଼ି ରହିଛନ୍ତି କି ? ଏହି ମନ୍ଦିରରେ କରନ୍ତୁ ପୂଜା , କରଜରୁ ମୁକ୍ତି କରନ୍ତି ଋଣମୁକ୍ତେଶ୍ବର ମହାଦେବ
ଗୁଜୁରାଟ ସୁରଟର ରୁନ୍ଧନାଥ ମହାଦେବ । ଏ ମନ୍ଦିରକୁ ଭକ୍ତ ଆସିବାବେଳେ ସାଥିରେ ଆଣିଥାନ୍ତି ଜିଅନ୍ତା କଙ୍କଡ଼ା । କଙ୍କଡ଼ାକୁ ଶିବଲିଙ୍ଗ ଉପରେ ପ୍ରଭୁଙ୍କ ନିକଟରେ ମନସ୍କାମନା ଜଣାନ୍ତି ଏବଂ ପୂଜାର୍ଚ୍ଚନା କରନ୍ତି । ଭକ୍ତଙ୍କର ଦୃଢ଼ ବିଶ୍ବାସ ରହିଛି ,ଏଭଳି କଲେ ବାବା ସେମାନଙ୍କ ଡାକ ଶୁଣନ୍ତି । ମନୋକାମନା ପୂରଣ ପାଇଁ ଏଠାରେ ବର୍ଷକରେ ଥରେ ଶିବଲିଙ୍ଗ ଉପରେ ଜୀବନ୍ତ କଙ୍କଡ଼ା ଚଢ଼ାନ୍ତି । ଏଠି ରୁନ୍ଧନାଥ ମହାଦେବଙ୍କ ନିକଟରେ ଫୁଲ ବଦଳରେ କଙ୍କଡ଼ା ଚଢ଼ାଯାଏ । ଯଦି କାହାର ଦୀର୍ଘ ଦିନ ଧରି ଦେହ ଖରାପ ଥାଏ ତାହେଲେ ଏଠାକୁ ବର୍ଷକରେ ଥରେ ଏକ ନିର୍ଦ୍ଦିଷ୍ଟ ଦିନରେ ଆସି ଜୀଅନ୍ତା କଙ୍କଡ଼ା ଚଢ଼ାନ୍ତି । ଏହା ପଛର ଆଉ ଏକ ବଡ଼ ବିଶ୍ବାସ ହେଉଛି ଏଠି ମହାଦେବଙ୍କ ଶିବ ଲିଙ୍ଗ ଉପରେ କଙ୍କଡ଼ା ଅର୍ପଣ କଲେ କାନ ସମସ୍ୟା ଥିଲେ ଭଲ ହୋଇଯାଏ । କିମ୍ବା ପିଲାଙ୍କର କାନ ସମସ୍ୟା କେବେବି ହୁଏନାହିଁ ।
ଏଠାରୁ ଯାଇ ଏହି ମନ୍ଦିର ନିକଟରେ ଅଛି ରାମନାଥ ଘେଲା ନାମକ ଶ୍ମଶାନ ଘାଟରେ ପୂଜା କରନ୍ତି ଶ୍ରଦ୍ଧାଳୁ । ଏଠି ମୃତକଙ୍କ ଆତ୍ମାର ସତଗତି ପାଇଁ ଲୋକେ ଯାଇ ମଶାଣିରେ ମୃତକଙ୍କ ମନପସନ୍ଦ ଜିନିଷ ଅର୍ପଣ କରିବା ସହ ପୂଜା ପାଠ କରାନ୍ତି । ତେବେ ରୁନ୍ଧନାଥ ମନ୍ଦିରେ କଙ୍କଡ଼ା ଚଢ଼ାଇବାର ପରମ୍ପରା ବହୁ ପୁରୁଣା । କିନ୍ତୁ କଙ୍କଡ଼ା ଚଢ଼ାଇ ମନସ୍କାମନା ପୂରଣ ହେବା ପଛରେ ଆଉ ଏକ ଅଲୗକିକ ରହିଛି । କୁହାଯାଏ, ତ୍ରେତୟାରେ ଶ୍ରୀରାମ ଏହିଠାରେ ପ୍ରଭୁ ଶିବଙ୍କୁ ଉପାସନା କରିଥିଲେ । ସେବେଠାରୁ ଏହି ମନ୍ଦିରର ଅସ୍ତିତ୍ବ । କୁହାଯାଏ ସେ ସମୟରେ ଏଯାଏଁ ସମୁଦ୍ର ଥିଲା । ସମୁଦ୍ର କଙ୍କଡ଼ା ବାହାରି ଏଠାରେ ଚାଲୁଥିଲେ । ଏହି ବିଶ୍ବାସ ଆଧାରରେ ରୁନ୍ଧନାଥ ମହାଦେବଙ୍କ ନିକଟରେ ମହାଦେବଙ୍କ ନିକଟରେ କଙ୍କଡ଼ା ଚଢ଼ାଇବାର ପରମ୍ପରା ରହିଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2026/02/24/crab-offering-to-shivling-2026-02-24-14-36-40.jpg)