କନକବ୍ୟୁରୋ: ମାନବ ଇତିହାସରେ ବିରଳ ରେକର୍ଡ । ମହାକାଶରେ ବୁଲି ଇତିହାସ ରଚିଲା ମନୁଷ୍ୟ । ଏଲନ୍‌ ମସ୍କଙ୍କ କମ୍ପାନୀ ସ୍ପେଶ୍ ଏକ୍ସର ପୋଲାରିସ ଡନ୍ ମିଶନ୍‌ ଦ୍ୱାରା ଏହି ରେକର୍ଡ କରାଯାଇଛି । ପ୍ରଥମ ଥର ପୃଥିବୀ ଉପରେ ୭୩୭ କିଲୋମିଟର ଉପରେ ଅନ୍ତରୀକ୍ଷରେ ସ୍ପେଶ ୱାକ୍ କରିଛି ସାଧାରଣ ମଣିଷ । ଆପୋଲୋ ମିଶନ୍ ପୁରା ହେବାର ୫୦ ବର୍ଷ ପରେ ଏଭଳି ବିରଳ ରେକର୍ଡ କରାଯାଇଛି ।

Advertisment

ଅତ୍ୟାଧୁନିକ ପ୍ରେସରାଇଜ୍‌ଡ ସୁଟ୍ ବା ମହାକାଶ ପୋଷାକ ପରିଧାନ କରି ମିଶନ କମାଣ୍ଡର ଜାରେଡ ଆଇସେକୈମେନ୍ ଏହି ସ୍ପେଶ ୱାକ୍ କରିଛନ୍ତି । ଏହି ଅଦ୍ଭୁତ ଯାତ୍ରାର ଭିଡିଓ ସ୍ପେଶ୍ ଏକ୍ସ ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଗତ ୧୦ ତାରିଖରେ ସ୍ପେଶ ଏକ୍ସ ପୋଲାରିସ ଡନ୍ ମିଶନ୍ ଜରିଆରେ ୪ ଜଣ ଡ୍ରାଗନ୍ କ୍ରୁ କ୍ୟାପସୁଲ ଜରିଆରେ ମହାକାଶକୁ ଯାଇଥିଲେ ।

କମାଣ୍ଡର ଜାରେଡଙ୍କ ନେତୃତ୍ୱରେ ବାୟୁସେନାର ପୂର୍ବତନ ପାଇଲଟ ସ୍କଟ୍ ପୋଟିଟ, ମିଶନ୍ ସ୍ପେଶାଲିଷ୍ଟ ସାରାହ ଗିଲିସ୍, ଏବଂ ଅନ୍ନା ମେନନ୍ ଏହି ମିଶନରେ ମହାକାଶକୁ ଯାଇଛନ୍ତି ।