କନକ ବ୍ୟୁରୋ : ଆଖଣ୍ଡଳମଣି ସେବାୟତଙ୍କ ଘର ଭିତର ମାଟି ତଳୁ ବିରଳ ସ୍ୱର୍ଣ୍ଣମୂର୍ତ୍ତି ସହ ୫କୋଟିରୁ ଉର୍ଦ୍ଧ୍ୱଟଙ୍କାର ଗହଣା ଉଦ୍ଧାର । ଆରଡ଼ିର ବାବା ଆଖଣ୍ଡଳମଣି ମନ୍ଦିର ନିକଟ ଜଣେ ସେବାୟତଙ୍କ ଘର ଭିତର ମାଟିତଳୁ ବିରଳ ମୂର୍ତ୍ତି ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଉଦ୍ଧାର ହୋଇଛି । ଘଟଣାକୁ ଲୋକଲୋଚନକୁନ ଆଣି ଚପାଇ ଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ ଆସିଛି ।

Advertisment

ଏ ସଂପର୍କରେ ମୁଁହ ଖୋଲିଛନ୍ତି ମୂର୍ତ୍ତିଓ ଅଳଙ୍କାର ଉଦ୍ଧାର କରିଥିବା ପଣ୍ଡିତ ନରୋତ୍ତମ ମିଶ୍ର । ସେ କହିଛନ୍ତି ଆଖଣ୍ଡଳମଣି ମନ୍ଦିର ନିକଟରେରହୁଥିବା ସେବାୟତ ରବି ନାରାୟଣ ମିଶ୍ରଙ୍କ ଘରେ ଅଲୌକିକ ଘଟଣା ଘଟିବାରୁ ସେ ବେଦଚାର୍ଯ୍ୟ ଭୁତତ୍ତ୍ୱପଣ୍ଡିତ ନରୋତ୍ତମ ମିଶ୍ରଙ୍କୁ ଜଣାଇଥିଲେ । ତାଙ୍କ ନିର୍ଦ୍ଦେଶରେ ସେବାୟତଙ୍କ ଘରେ ପୂଜାପାଠ, ହୋମଯଜ୍ଞକରାଯାଇଥିଲା । ଘର ଭିତରେ ୬ଫୁଟ ଲମ୍ବ ଓ ୬ଫୁଟ ଓସାର ବିଶିଷ୍ଟ ୧୫ଫୁଟ ଗଭୀରର ଏକ ଗର୍ତ୍ତଖୋଲିବା ପରେ ଏକ ପିତଳ ହଣ୍ଡା ମିଳିଥିଲା । ପିତ୍ତଳ ହଣ୍ଡାରେବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ସହ ଶିବ, ପାର୍ବତୀ, ଗଣେଶ, କାର୍ତ୍ତିକ, ବୃଷଭ ଆଦି ବିରଳପ୍ରଜାତିର ମୂର୍ତ୍ତି ଉଦ୍ଧାର କରାଯାଇଛି ।

ପଣ୍ଡିତ ନରୋତ୍ତମ ମିଶ୍ର ଉଦ୍ଧାର ହୋଇଥିବା ସମସ୍ତ ଅଳଙ୍କାରଓ ମୂର୍ତ୍ତି ସୁନା ବାବା ଆଖଣ୍ଡଳମଣିଙ୍କ ସମ୍ପତ୍ତି ବୋଲି ଦାବି କରିଛନ୍ତି । ଅନ୍ୟ ପକ୍ଷରେ ସେବାୟତରବିନାରାୟଣ ଅଳଙ୍କାର କଥା ଅସ୍ୱୀକାର କରିବା ସହ ମୂର୍ତ୍ତି ଗୁଡ଼ିକ ପିତଳ ଧାତୁରେ ଗଢ଼ା ବୋଲି କହିଛନ୍ତିପ୍ରଶାସନ ଏଥିରେ ହସ୍ତକ୍ଷେପ କଲେ ପ୍ରକୃତ ସତ ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି ।