ମୈତ୍ରୀ ବିହାର ମହିଳାଙ୍କୁ ଦୁଷ୍କର୍ମ ମାମଲା । ଜାତୀୟ ମନବାଧିକାର କମିଶନଙ୍କ ନିକଟରେ ମାମଲା ଦାଏର

Advertisment

ଓଡ଼ିଶା ପୀଡ଼ିତା କ୍ଷତିପୂରଣ ଯୋଜନା ୨୦୧୮ ଆଧାରରେ ଆଇନସେବା ପ୍ରାଧିକରଣ ୧୦ ଲକ୍ଷ ଟଙ୍କା କ୍ଷତପୂରଣ ଦେବାକୁ ପ୍ରାର୍ଥନା କରିଛନ୍ତି ।  ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ରବିବାର ବିଳମ୍ବିତ ରାତିରେ ଦୁଷ୍କର୍ମର ଶିକାର ହୋଇଥିଲେ ମହିଳା।

ଓଡ଼ିଶା ପୀଡ଼ିତା କ୍ଷତିପୂରଣ ଯୋଜନା ୨୦୧୮ ଆଧାରରେ ଆଇନସେବା ପ୍ରାଧିକରଣ ୧୦ ଲକ୍ଷ ଟଙ୍କା କ୍ଷତପୂରଣ ଦେବାକୁ ପ୍ରାର୍ଥନା କରିଛନ୍ତି ।  ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ରବିବାର ବିଳମ୍ବିତ ରାତିରେ ଦୁଷ୍କର୍ମର ଶିକାର ହୋଇଥିଲେ ମହିଳା।

ccZcZ

କନକ ବ୍ୟୁରୋ :  ଭୁବନେଶ୍ବର ମୈତ୍ରୀ ବିହାରରେ ମହିଳାଙ୍କୁ ଦୁଷ୍ମର୍ମ ଘଟଣାରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ଦାଏର । ଘଟଣାର ତଦନ୍ତ କରି ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ମାମଲାରେ ଦାବି କରାଯାଇଛି । ମାନବାଧିକାର କର୍ମି ଜୟନ୍ତ ଦାସ ମାମଲା ଦାଏର କରିଛନ୍ତି । ଓଡ଼ିଶା ପୀଡ଼ିତା କ୍ଷତିପୂରଣ ଯୋଜନା ୨୦୧୮ ଆଧାରରେ ଆଇନସେବା ପ୍ରାଧିକରଣ ୧୦ ଲକ୍ଷ ଟଙ୍କା କ୍ଷତପୂରଣ ଦେବାକୁ ପ୍ରାର୍ଥନା କରିଛନ୍ତି ।  ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ରବିବାର ବିଳମ୍ବିତ ରାତିରେ ଦୁଷ୍କର୍ମର ଶିକାର ହୋଇଥିଲେ ମହିଳା। ସମ୍ପତ୍ତି ଲୁଟିବାକୁ ଆସି ମହିଳାଙ୍କୁ ଏକୁଟିଆ ପାଇଁ ଦୁଷ୍ମର୍ମ କରିଥିଲେ। ଏନେଇ ମହିଳା ଜଣଙ୍କ ସୋମବାର ଦିନ ଥାନାରେ ଏତଲା ଦେଇଥିଲେ। ଗତକାଲି ଏନେଇ କନକ ନ୍ୟୁଜ୍‌ରେ ଖବର ପ୍ରସାରଣ ପରେ ପୋଲିସ ତତ୍ପରତା ଦେଖାଇଥିଲା। ଅଭିଯୋଗ ଅନୁସାରେ ଏକ ଆପାର୍ଟମେଣ୍ଟରେ ଲୁଟ୍ କରିବାକୁ ଆସିଥିଲେ ଦୁଇ ଜଣ ଲୁଟେରା। ଆପାର୍ଟମେଣ୍ଟର ପ୍ରଥମ ମହଲାରେ ଥିବା ଗୋଟିଏ ଘରକୁ ଟାର୍ଗେଟ କରିଥିଲେ। ବାଲକୋନି କବାଟ ଖୋଲାଥିବାରୁ ଅତି ସହଜରେ ଘର ଭିତରକୁ ପଶିଯାଇଥିଲେ। ଘରେ ଥିବା ଆଲମାରୀରେ ଖୋଜାଖୋଜି କରିଥିଲେ। ଘରେ ଥିବା ମହିଳାଙ୍କ ସହ ଚୋରଙ୍କ ମୁହାଁମୁହିଁ ହୋଇଥିଲା। ଘରେ ରଖିଥିବା ସବୁ ସୁନା ଲୁଟି ନେବା ପରେ ମହିଳାଙ୍କ ସହ ଦୁଷ୍ମର୍ମ କରିଥିବା ଅଭିଯୋଗ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe