କନକ ବ୍ୟୁରୋ : ଜନସଂଖ୍ୟା ଆଧାରରେ ଲୋକସଭା ଆସନ ସୀମା ନିର୍ଦ୍ଧାଣକୁ ଷ୍ଟାଲିନ ବିରୋଧ କରିଆସୁଛନ୍ତି । ଏଥିରେ ଆଜି ସେ ବିଜେଡି,କଂଗ୍ରେସ ସମେତ ଆପକୁ ସାମିଲ କରିବାରେ ସଫଳ ହୋଇଛନ୍ତି । ପରସ୍ପରର ବିରୋଧୀ ହୋଇଥିଲେ ମଧ୍ୟ ସୀମା ନିର୍ଦ୍ଧାରଣ ବେଳେ ଲୋକସଭା ସଂଖ୍ୟା ଆଧାରରରେ କରିବାକୁ ଏହି ସମସ୍ତ ଦଳ ବିରୋଧ କରି ଆସୁଛନ୍ତି ।
ତେଲେଙ୍ଗାନର ପରସ୍ପର ବିରୋଧୀ କଂଗ୍ରେସ, ବିଆରଏସ. ଓଡିଶାର ମୁଖ୍ୟ ବିରୋଧୀ ଦଳ ବିଜେଡିର ପ୍ରତିନିଧିଙ୍କ ସମେତ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଯୋଗ ଦେଇଥିଲେ । ବୈଠକରେ ଯୋଗ ଦେଇଥିବା ସମସ୍ତ ରାଜ୍ୟଗୁଡିକ ଜନସଂଖ୍ୟା ନିୟନ୍ତ୍ରଣରେ ଉଲ୍ଲେଖେନୀୟ ସଫଳତା ପାଇଛନ୍ତି । ଲୋକସଂଖ୍ୟା ଆଧାରରେ ସୀମା ପୁନଃ ନିର୍ଦ୍ଧାରଣ ହେଲେ ଏହି ରାଜ୍ୟଗୁଡିକ ଉତର ଭାରତୀୟ ରାଜ୍ୟ ତୁଳନାରେ ବହୁ ଲୋକସଭା ଆସନ ହରାଇବ । ଯାହାକୁ ଏହି ରାଜ୍ୟମାନେ ବିରୋଧ କରିଛନ୍ତି । ଆଗାମୀ ଦିନରେ ଏହି ଦିଗରେ ମିଳିତଭାବେ କାର୍ଯ୍ୟ କରିବାକୁ ଆକ୍ସନ କମିଟି ଗଠନ ହୋଇଛି ।
୨୦୨୬ରେ ତାମିଲନାଡୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ କେନ୍ଦ୍ରର ବିଜେପି ସରକାର ବିଭିନ୍ନ ନୀତି ଯେମିତି ଜାତୀୟ ଶିକ୍ଷା ନୀତି ସମେତ ହିନ୍ଦୀ ଭାଷାକୁ ନେଇ ଷ୍ଟାଲିନ ବିରୋଧ କରୁଛନ୍ତି । ଲୋକସଭା ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ଅନେକ ଅଣ ବିଜେପି ରାଜନୈତିକ ଦଳଗୁଡିକ ଏକାଠି କରି ଷ୍ଟାଲିନ ନିଜେ ନେତୃତ୍ବକୁ ପ୍ରମାଣିତ କରିବାକୁ ଚାହୁଁଛନ୍ତି । ଏହାକୁ ରାଜ୍ୟ ବିଜେପି ସ୍ବାଭାବିକ ଭାବେ ବିରୋଧ କରୁଛି ।